ଘଟଣା ଓ ଦୁର୍ଘଟଣା

୨ ଲକ୍ଷ ଟଙ୍କା ଲୁଟିନେଲେ ସାଇବର ଲୁଟେରା

By Swagatika Samantray

November 15, 2022

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ କାଣ୍ଡସର ଗାଁରେ ଭଡ଼ାରେ ରହୁଥିବା ଜଣେ ସରକାରୀ କର୍ମଚାରୀଙ୍କ ଏକାଉଣ୍ଟରୁ ୨ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ସାଇବର ଲୁଟେରା।

ସୂଚନା ମୁତାବକ, ଢ଼େଙ୍କାନାଳ ଜିଲ୍ଲା ଡେପୁଟି ଇଲେକ୍ଟ୍ରିକାଲ ଇନିସପେକ୍ଟର ସୁଧାକର ବେହେରାଙ୍କ ମୋବାଇଲକୁ ୧୨ ତାରିଖରେ ଏକ ମେସେଜ୍‌ ଆସିଲା ଯେ, ତାଙ୍କ ପ୍ୟାନ୍‌କାର୍ଡ ଅପ୍‌ଡେଟ ନକରିଲେ ନେଟ୍‌ ବ୍ୟାଙ୍କିଙ୍ଗ ବନ୍ଦ ହୋଇଯିବ। ଏଥିପାଇଁ ତଳେ ଥିବା ଲିଙ୍କରେ ତଥ୍ୟ ଦେବାକୁ ଲେଖା ଯାଇଥିଲା। ଏହାପରେ ଶ୍ରୀ ବେହେରା ଲିଙ୍କରେ ସମସ୍ତ ବ୍ୟାଙ୍କ ଡାଟା ଦେଇଥିଲେ। ଏହାପରେ ତାଙ୍କ ଏକାଉଣ୍ଟରୁ ୨ ଲକ୍ଷ ଟଙ୍କା ଚାଲିଯାଇଥିଲା। ଏ ନେଇ ଶ୍ରୀ ବେହେରା ମଙ୍ଗଳବାର ସାଇବର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗପାଇ ପୋଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ କରୁଛି।