ଘଟଣା ଓ ଦୁର୍ଘଟଣା

ଅଜଣା ଗାଡ଼ି ଧକ୍କାରେ ୨ ମୋଟର ସାଇକେଲ ଆରୋହୀ ଗୁରୁତର

By Sanjeeb Biswal

September 22, 2022

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା -ଜରପଡା ରାସ୍ତାର ବନଦୁର୍ଗା ପୀଠ ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ୨ ଜଣ ବାଇକ ଆରୋହୀ ଗୁରୁତର ହୋଇଛନ୍ତି। ଗୁରୁତର ମାନେ ହେଲେ ଛେଣ୍ତିପଦା ସେଠୀ ସାହିର ବିଜୟ କୁମାର ସେଠୀ ଓ ଦୀପକ କୁମାର ସେଠୀ।

ସୂଚନା ମୁତାବକ, ବିଜୟ ଓ ଦୀପକ ଟେଣ୍ଟୁଲୋଇରୁ କାମସାରି ଘର ଛେଣ୍ତିପଦାକୁ ମୋଟର ସାଇକେଲରେ ଫେରୁଥିବା ବେଳେ ଜରପଡା ଆଡ଼କୁ ଯାଉଥିବା ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇ ଚାଲିଯାଇଥିଲା। ଦୁର୍ଘଟଣାରେ ବିଜୟ ଓ ଦୀପକ ତଳେ ପଡ଼ି ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ଏ ନେଇ ତାଙ୍କ ପରିବାରକୁ ଖବର ଦେଇଥିଲେ। ପରିବାର ଲୋକ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ଛେଣ୍ତିପଦା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ଉଭୟଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛନ୍ତି। ଖବର ପାଇ ଛେଣ୍ତିପଦା ପୋଲିସ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।