କ୍ରୀଡ଼ା

ଆନ୍ତଃ ଜିଲ୍ଲା ୧୯ ବର୍ଷରୁ କମ କ୍ରିକେଟ ରେଷ୍ଟ୍ ଅଫ ଓଡ଼ିଶା ପକ୍ଷରୁ ଅନୁଗୁଳର ୨ ଖେଳାଳୀ

By Biswaranjan Pattnaik

July 08, 2024

ଅନୁଗୁଳ: ଆସନ୍ତା ଜୁଲାଇ୧୩ ତାରିଖରୁ ଆରମ୍ଭ ହେଉଥିବା ୧୯ ବର୍ଷରୁ କମ ଆନ୍ତଃ ଜିଲ୍ଲା ସୁପର ଲିଗ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ରେଷ୍ଟ ଅଫ ଓଡ଼ିଶା ତରଫରୁ ଖେଳିବା ପାଇଁ ଅନୁଗୁଳର ଦୁଇ ଯୁବ ପ୍ରତିଭାବାନ ଖେଳାଳୀ ମନୋନୀତ ହୋଇଛନ୍ତି।

ମନୋନୀତ ଦୁଇ ଖେଳାଳୀ ହେଲେ ପାନ୍ନାକଲ ମୋକ୍ଷିତ ଏବଂ ରୋହିତ କୁମାର ପ୍ରଧାନ।ଏଥିନେଇ ଓଡ଼ିଶା କ୍ରିକେଟ ଆସୋସିଏସନ୍ ପକ୍ଷରୁ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁବ୍ରତ କୁମାର ବେହେରା ଅନୁଗୁଳ ସଂଘକୁ ଜଣାଇଛନ୍ତି।