ମୁଖ୍ୟ ଖବର

୨ ପେଶାଦାର ବାଇକ୍ ଚୋର ଗିରଫ, ୭ ବାଇକ୍ ଜବତ

By Swagatika Samantray

March 03, 2023

ଅନୁଗୁଳ: ଅନୁଗୁଳ ସଦର ଥାନା ପୋଲିସ ଶୁକ୍ରବାର ୨ ଜଣ ପେଶାଦାର ମୋଟର ସାଇକେଲ ଚୋରଙ୍କୁ ଗିରଫ କରିବାସହ ୭ଟି ବାଇକ୍ ଜବତ କରିଛି। ସୂଚନା ମୁତାବକ, ଏକ ବିଶ୍ବସ୍ତ ସୂତ୍ରରୁ ଖବରପାଇ ସଦର ଥାନା ପୋଲିସ ଗୁରୁବାର ପ୍ରଗତିନଗରଠାରେ ଏକ ନମ୍ବର ବିହିନ ବାଇକରେ ବୁଲୁଥିବା ଅନୁଗୁଳ ଥାନା ଅନ୍ତର୍ଗତ କୁକୁଡ଼ାଙ୍ଗ ଗାଁର ମାନସ ନାଏକ(୧୯) ଓ ଦିତିକୃଷ୍ଣ ନାଏକ(୨୩)ଙ୍କୁ ଧରିଥିଲେ। ସେମାନଙ୍କ ବାଇକରେ ନମ୍ବର ପଚାରିବାରୁ ସେମାନେ ସନ୍ତୋଷ ଜନକ ଉତ୍ତର ଦେଇନଥିଲେ। ସେମାନଙ୍କୁ ଅଧିକ ପଚରାଉଚୁରା କରାଯିବାରୁ ସେମାନେ ପେଶାଦାର ବାଇକ୍ ଚୋରବୋଲି ଜଣାପଡ଼ିଥିଲା। ସେମାନଙ୍କଠାରୁ ବିଭିନ୍ନ ଜାଗାରେ ଲୁଚାଇ ରଖାଯାଇଥିବା ୬ଟି ବାଇକ୍ ଜବତ କରାଯାଇଛି। ଏହି ବାଇକକୁ ସେମାନେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଚୋରି କରିଥିବା ସ୍ବିକାର କରିଛନ୍ତି। ଏ ନେଇ ପୂର୍ବରୁ ସଦର ଥାନା ଓ ନାଲକୋ ଥାନାରେ ରୁଜୁ କରାଯାଇଥିବା ୨ଟି ଲେଖାଏଁ ଓ ଗୋପାଳ ପ୍ରସାଦ ଥାନାରେ ରୁଜୁକରାଯାଇଥିବା ଗୋଟିଏ ମାମଲାରେ କୋର୍ଟ ଚାଲାଣ କରାଯାଇଛି।