ମୁଖ୍ୟ ଖବର

ବଳରାମ କୋଇଲା ଖଣିରେ ରକ୍ତାକ୍ତ ସଂଘର୍ଷ: ବେଆଇନ ଚାନ୍ଦାକୁ ନେଇ ୨ ଟ୍ରକ ମାଲିକଙ୍କୁ ସଂଘବଦ୍ଧ ଆକ୍ରମଣ

By Angul TV Bureau

May 10, 2026

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ବଳରାମ କୋଇଲା ଖଣି ପରିସରରେ ବେଆଇନ ଚାନ୍ଦା ଆଦାୟକୁ କେନ୍ଦ୍ର କରି ଭୟାବହ କାଣ୍ଡ ଘଟିଯାଇଛି। ଚାନ୍ଦା ଦେବାକୁ ମନା କରିବାରୁ ସୋଲଡ଼ା ଗ୍ରାମର ଦୁଇ ଜଣ ଟ୍ରକ ମାଲିକ ଶୁଭ୍ରରଞ୍ଜନ ପ୍ରଧାନ ଓ ଆକାଶ ଜେନାଙ୍କୁ ୨୦ରୁ ୨୫ ଜଣ ଦୁର୍ବୃତ୍ତ ଲୁହା ରଡ୍‌ରେ ସଂଘବଦ୍ଧ ଆକ୍ରମଣ କରିଛନ୍ତି। ଆକ୍ରମଣ ଏତେ ବୀଭତ୍ସ ଥିଲା ଯେ ଉଭୟ ଘଟଣାସ୍ଥଳରେ ଅଚେତ ହୋଇ ପଡ଼ିଥିଲେ। ଗୁରୁତର ଶୁଭ୍ରରଞ୍ଜନଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଆକାଶ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି।

ସୂଚନା ଅନୁସାରେ, ଟ୍ରକ ପିଛା ୩୮୦ ଟଙ୍କା ଚାନ୍ଦା ଆଦାୟକୁ ନେଇ ଗତ ୬ ମାସ ହେବ ସୋଲଡ଼ା ଗ୍ରାମବାସୀ ଓ ଟ୍ରକ ମାଲିକ ସଂଘ ମଧ୍ୟରେ ବିବାଦ ଲାଗି ରହିଥିଲା। ପ୍ରାଶାସନିକ ସ୍ତରରେ ବାରମ୍ବାର ବୈଠକ ସତ୍ତ୍ୱେ କୌଣସି ସମାଧାନ ହୋଇପାରିନଥିଲା। ଏନେଇ ଗୋପାଳପ୍ରସାଦ ଥାନାରେ ଲିଖିତ ଅଭିଯୋଗ ହୋଇଥିବା ବେଳେ ପୋଲିସର ପଦକ୍ଷେପକୁ ସ୍ଥାନୀୟ ଅଞ୍ଚଳରେ ଅପେକ୍ଷା କରାଯାଇଛି।