ଘଟଣା ଓ ଦୁର୍ଘଟଣା

ମନ୍ଦିରରୁ ଚୋରି ଅଭିଯୋଗରେ ୨ ଯୁବକ ଗିରଫ

By Swagatika Samantray

January 05, 2023

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ପିଙ୍ଗୁଆ ଗାଁ ମନ୍ଦିର ଓ ଭାଗବତ ଟୁଙ୍ଗିର ବିଭିନ୍ନ ଜିନିଷ ଚୋରି କରିଥିବା ଅଭିଯୋଗରେ ପୋଲିସ ଗୁରୁବାର ୨ ଜଣ ଯୁବକଙ୍କୁ ଗିରଫକରିଛି।

ସୂଚନା ଯେ, ଗାଁ ମନ୍ଦିର ଓ ଭାଗବତ ଟୁଙ୍ଗିରୁ ଗତ କିଛଦିନ ହେବ ବାରମ୍ବାର ଚୋରି ହେଉଥିଲା। ତେଣୁ ଗାଁ ଲୋକମାନେ ଏ ନେଇ ଚିନ୍ତିତ ଥିଲେ। ତେବେ ବୁଧବାର ପୁଣି ଚୋରିକରି ଚୋରମାନେ ଏକ କବାଡ଼ି ଦେକାନରେ ଜିନିଷ ବିକ୍ରୀ କରୁଥିବା ନେଇ ଗାଁ ଲୋକ ସୂଚନା ପାଇବାପରେ ସେଠାରେ ପହଞ୍ଚି ୨ ଜଣ ଯୁବକଙ୍କୁ କାବୁକରି ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପିଙ୍ଗୁଆ ଗାଁର ସାଗର ସାମଲ(୨୫) ଓ ନାଲକୋ ଥାନା ଅନ୍ତର୍ଗତ ବଳରାମପ୍ରସାଦ ଗାଁର କୁନା ସାମଲ(୩୫)ଙ୍କୁ ଥାନାକୁ ଆଣି ପଚରା ଉଚୁରା କରିଥିଲେ। ସେମାନଙ୍କଠାରୁ ଚୋରି ସାମଗ୍ରୀ ଜବତକରି ଗୁରୁବାର ୨ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।