ଅନୁଗୁଳ: ଆମ ଜଙ୍ଗଲ ଯୋଜନା ଟିମ୍ ପକ୍ଷରୁ ବନ୍ତଳା ରେଞ୍ଜ ଅନ୍ତର୍ଗତ ପୋକତୁଙ୍ଗା ବିଟ ବାଘୁଆପାଟ ଗାଁର ଆଦିବାସୀ ପରିବାରଙ୍କ ସୁବିଧା ନିମନ୍ତେ ଶସ୍ୟ ସଂରକ୍ଷଣ ଡ୍ରମ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ଗାଁର ୨୦ ଟି ପରିବାରକୁ ଡ୍ରମ ପ୍ରଦାନ କରାଯାଇଛି।
ଏହି ସମାରୋହରେ ବନ୍ତଳା ରେଞ୍ଜ ଅଫିସର ପ୍ରସନ୍ନ କୁମାର ସାହୁ, ଫରେଷ୍ଟର ଶ୍ରୀନିବାସ ସାହୁ, ନନ୍ଦପୁର ସରପଞ୍ଚ ଜଗବନ୍ଧୁ ସାହୁ ଏବଂ ୱାର୍ଡ ମେମ୍ବର ମମତା ନାଏକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ବିଶେଷ କରି ହାତୀ-ମଣିଷ ବିବାଦରେ କ୍ଷତିଗ୍ରସ୍ତ ପରିବାରଙ୍କ ସୁବିଧା ନିମନ୍ତେ ଏହି ଡ୍ରମ ଗୁଡିକ ପ୍ରଦାନ କରାଯାଇଛି।