ମୁଖ୍ୟ ଖବର

ନାବାଳିକା ଦୁଷ୍କର୍ମକାରୀକୁ ୨୦ବର୍ଷ ସଶ୍ରମ କାରାଦଣ୍ଡ

By Biswaranjan Pattnaik

December 09, 2024

ଅନୁଗୁଳ: ସୋମବାର ଦିନ ଜଣେ ନାବାଳିକା ଦୁଷ୍କର୍ମକାରୀକୁ ମାନ୍ୟବର ଅତିରିକ୍ତ ଜିଲ୍ଲା ଜଜ ଫାଷ୍ଟ ଟ୍ରାକ କୋର୍ଟ ୨୦ବର୍ଷ ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ କରିଥିବା ଜଣାଯାଇଛି।

ଘଟଣାରୁ ପ୍ରକାଶ ଯେ, ଅନୁଗୁଳ ଜିଲ୍ଲା ନାଲକୋ ନଗର ଥାନା ଅନ୍ତର୍ଗତ କେନ୍ଦୁପାଟଣା ଗାଁର ଜନୈକା ନାବାଳିକାକୁ ଛେଣ୍ଡିପଦା ଥାନା ଅନ୍ତର୍ଗତ ବରପଦା ଗାଁର ନଗେନ ବେହେରା (୧୯) ନିଜର ପ୍ରେମ ଜାଲରେ ଫସାଇ ତା’ ସହିତ ଶାରୀରିକ ସମ୍ପର୍କ ରଖି ଗର୍ଭବତୀ କରି ଫେରାର ହୋଇଯାଇଥିଲା। ଏ ବିଷୟରେ ନାବାଳିକାର ପରିବାର ଲୋକ ଜାଣିବା ପରେ ଏନେଇ ନାଲକୋନଗର ଥାନାରେ ଗତ ୪.୪.୨୦୨୨ ରେ ଲିଖିତ ଅଭିଯୋଗ କରିଥିଲେ। ଉକ୍ତ ଅଭିଯୋଗକୁ ଭିତିକରି ନାଲକୋ ଥାନା ପୋଲିସ ସେତେବେଳେ ଦଫା 376(2)(ଏନ ), 376(3),6(1) ଏବଂ 4(2) ପୋକ୍‌ସୋ ଆକ୍ଟରେ ମାମଲା ରୁଜୁ କରି ଅଭିଯୁକ୍ତ ନଗେନ ବେହେରାକୁ କୋର୍ଟ ଚାଲାଣ କରିଥିଲେ।

କିନ୍ତୁ ଆଜି ମାନ୍ୟବର ଅତିରିକ୍ତ ଜିଲ୍ଲା ଜଜ ଫାଷ୍ଟ ଟ୍ରାକ କୋର୍ଟ ବିରଞ୍ଚି ନାରାୟଣ ମିଶ୍ର ଏହି ମାମଲାର ଶୁଣାଣି କରି ୯ ଜଣ ସାକ୍ଷୀ ପ୍ରମାଣକୁ ଆଧାର କରି ଅଭିଯୁକ୍ତ ନଗେନ ବେହେରାକୁ ୨୦ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ୫୦ ହଜାର ଟଙ୍କା ଜୋରିମାନା ଆଦେଶ କରିଛନ୍ତି। ଜୋରିମାନା ଅନାଦେୟ ଅଧିକ ଏକ ବର୍ଷ ଜେଲଦଣ୍ଡ ଶୁଣାଣି କରିଛନ୍ତି। ତତ ସହିତ ପୀଡିତାକୁ ୫ ଲକ୍ଷ୍ୟ ଟଙ୍କା ଅନୁକମ୍ପା ମୂଳକ ଆର୍ଥିକ ସହାୟତା ଘୋଷଣା କରିଛନ୍ତି।

ତେବେ ସରକାରଙ୍କ ପକ୍ଷରୁ ଏହି ମାମଲାକୁ ଆଡ଼ିଶୀନାଲ ପିପି ପ୍ରଦୀପ ଭୁତିଆ ପରିଚାଳନା କରୁଥିଲେ।