ଅନୁଗୁଳ: ଅନୁଗୁଳ ଜିଲ୍ଲା ଅତିରିକ୍ତ ଜିଲ୍ଲା ଦୌରାଜଜ୍ ତଥା ସ୍ବତନ୍ତ୍ର ଫାଷ୍ଟ ଟ୍ରାକ୍ କୋର୍ଟର ଜଜ୍ ପିଆର ବହିଦାର ସୋମବାର ଜଣେ ନାବାଳିକା ଦୁଷ୍କର୍ମ କାରୀଙ୍କୁ ୨୦ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।
ସୂଚନା ଅନୁଯାୟୀ, ୨୦୨୦ ମସିହା ଡିସେମ୍ବର ୧୪ ତାରିଖରେ ଅନୁଗୁଳ ଜିଲ୍ଲା ରେଙ୍ଗାଳି ଡ୍ୟାମ୍ ସାଇଟ ଥାନା ଅର୍ନ୍ତଗତ ଗଣ୍ଡମୁଣ୍ଡା ଗ୍ରାମର ଦିଲେଶ୍ୱର ବେହେରା(୫୫) ଘରେ ଏକୁଟିଆ ଥିବା ଜଣେ ୧୧ ବର୍ଷର ନାବାଳିକାଙ୍କୁ ପ୍ରଲୋଭନ ଦେଖାଇ ନିକଟସ୍ଥ ନଦୀ କୂଳକୁ ଡ଼ାକିନେଇ ତା ସହିତ ଜୋରଜବର ଦୁଷ୍କର୍ମ କରିଥିଲେ। ଏହି ଘଟଣା ସଂପର୍କରେ ନାବାଳିକାଙ୍କ ପରିବାର ପକ୍ଷରୁ ରେଙ୍ଗାଳି ଥାନାରେ କରିଥିଲେ। ଅଭିଯୋଗ ପାଇ ପୋଲିସ ଦଫା ୩୭୬(ଏ)(ବି) ଓ ପୋକ୍ସୋ ଆକ୍ଟର ଧାରା ୬(୧)ରେ ମାମଲା ରୁଜୁ କରି ଅଭିଯୁକ୍ତ ଦିଲେଶ୍ୱରଙ୍କୁ କୋର୍ଟ ଚାଲାଣ କରିଥିଲା।
ଏହି ମାମଲାରେ ୧୧ଜଣ ସାକ୍ଷୀଙ୍କ ବୟାନ ଓ ୩୭ଟି ଦଲିଲକୁ ଆଧାରକରି ଅଭିଯୁକ୍ତ ଦିଲେଶ୍ଵରକୁ ଜଜ୍ ପିଆର ବହିଦାର ୨୦ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବାସହ ୨୫ହଜାର ଟଙ୍କା ଜୋରିମାନାଦଣ୍ଡାଦେଶ ଶୁଣାଇଛନ୍ତି। ଜୋରିମାନା ଅନାଦେୟ ହେଲେ ଅଧିକ ୬ମାସ ଜେଲ ଦଣ୍ଡ ଭୋଗିବେ। ସ୍ବତନ୍ତ୍ର ପିପି ସୁଶାନ୍ତ କୁମାର ମିଶ୍ର ଏହି ମାମଲା ପରିଚାଳନା କରିଥିଲେ।