ମୁଖ୍ୟ ଖବର

ନାବାଳିକାକୁ ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଓ ଜରିମାନା

By Angul TV Bureau

December 26, 2024

ଅନୁଗୁଳ : ନାବାଳିକାଙ୍କୁ ଦୁଷ୍କର୍ମ ମାମଲାର ଶୁଣାଣି କରି ଅନୁଗୁଳ ପୋକସୋ କୋର୍ଟର ଅତିରିକ୍ତ ଜିଲ୍ଲା ଦୌରାଜଜ ଆସାମୀକୁ ୨୦ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

ଘଟଣାରୁ ପ୍ରକାଶ ଯେ କିଶୋରନଗର ଥାନା ଅଞ୍ଚଳରେ ଗତ ୨୪. ୦୪. ୨୦୨୧ ଦିନ ଜଣେ ନାବାଳିକା ନିଜ ଘରେ ଏକାକୀ ଥିବା ସମୟରେ ଏହାର ସୁଯୋଗ ନେଇ ସେହି ଅଞ୍ଚଳର ମନୋଜ କୁମାର ପ୍ରଧାନ (୨୪) ତାଙ୍କ ଘରେ ପଶି ସମ୍ପୃକ୍ତା ନାବାଳିକା ସହ ଜୋରଜବରଦସ୍ତ ଦୁଷ୍କର୍ମକାରୀ ଫେରାର ହୋଇଯାଇଥିଲା। ଏ ନେଇ ନାବାଳିକା ପରିବାର ଆଗରେ କହିବା ପରେ ନାବାଳିକାର ବାପା ସେତେବେଳେ କିଶୋରନଗର ଥାନାରେ ଲିଖିତ ଏତଲା ଦେଇଥିଲେ। ଏତଲା ଆଧାରରେ କିଶୋରନଗର ଥାନା ପୋଲିସ ଦଫା ୩୭୬(୩)୬ ପୋକସୋ ଆକ୍ଟରେ ମାମଲା ରୁଜୁ କରି ଅଭିଯୁକ୍ତ ମନୋଜ ପ୍ରଧାନକୁ ଗିରଫ କରାଯାଇଥିଲା।

ଆଜି ଅତିରିକ୍ତ ଜିଲ୍ଲା ଦୌରା ଜଜ ସୌମ୍ୟା ଶୁଭଦର୍ଶିନୀ ମାମଲାର ଶୁଣାଣି କରି ୧୩ ଜଣ ସାକ୍ଷ୍ୟ ପ୍ରମାଣ ଆଧାରରେ ଅଭିଯୁକ୍ତ ମନୋଜ କୁମାର ପ୍ରଧାନକୁ ୨୦ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା ଆଦେଶ କରିଛନ୍ତି। ଜରିମାନା ଅନାଦେୟ ଅଧିକ ଏକ ବର୍ଷ ଜେଲ ଦଣ୍ଡ ଶୁଣାଣି କରିଛନ୍ତି। ସରକାରଙ୍କ ପକ୍ଷରୁ ଆଡିସନାଲ ପିପି ସରୋଜ ପଟ୍ଟନାୟକ ମାମଲା ପରିଚାଳନା କରିଥିଲେ।