ମୁଖ୍ୟ ଖବର

ମାଟ୍ରିକ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ

By Angul TV Bureau

November 30, 2023

ଅନୁଗୁଳ: ଆଜି ଅନୁଗୁଳ ଅତିରିକ୍ତ ଜିଲ୍ଲା ଦୌରାଜଜ ତଥା ସ୍ୱତନ୍ତ୍ର ପୋକସୋ ଜଜ ଦୁଷ୍କର୍ମ ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଣି କରିଛନ୍ତି।

ସୂଚନା ମୁତାବକ, କଣିହାଁ ଥାନା ଅନ୍ତର୍ଗତ କିଆଧରା ଗ୍ରାମର ହେମନ୍ତ ସାହୁ (୨୭) ମାଟ୍ରିକ ପରୀକ୍ଷା ଦେଉଥିବା ନାବାଳିକାକୁ ଅପହରଣ କରିଥିଲେ। ନାବାଳିକାକୁ ଚାକିରି ଦେବା କହି ୨୦୨୦ ମସିହା ମାର୍ଚ୍ଚ ୩ ତାରିଖ ଦିନ ହେମନ୍ତ ତାଙ୍କୁ ଅପହରଣ କରିନେଇ ଦୁଷ୍କର୍ମ କରିଥିଲେ। ଏ ନେଇ ମାର୍ଚ୍ଚ ୪ ତାରିଖ ଦିନ ନାବାଳିକାଙ୍କ ବାପା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରି ୨୦୨୦ ମସିହା ମେ ୧ ତାରିଖ ଦିନ ନାବାଳିକାକୁ ରାଉରକେଲାରୁ ଉଦ୍ଧାର କରିବା ସହିତ ଅଭିଯୁକ୍ତକୁ ଗିରଫ କରିଥିଲା। ଏହି ମାମଲାର ଶୁଣାଣି କରି ଅଭିଯୁକ୍ତକୁ ପୋକସୋ କୋର୍ଟ ଦଣ୍ଡାଦେଶ ଶୁଣାଣି କରିଛନ୍ତି। ୩୬୩, ୩୬୬, ୩୭୬ (୨ଏନ), ୪(୨) ଧାରାରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଥିଲା। ଏହି ମାମଲାରେ ୧୯ ଜଣ ସାକ୍ଷ୍ୟ ପ୍ରମାଣ ଗ୍ରହଣ କରାଯାଇଥିଲା। ସରକାରୀ ଓକିଲ ସରୋଜ ପଟ୍ଟନାୟକ ମାମଲା ପରିଚାଳନା କରିଥିଲେ।