ଅନ୍ୟାନ୍ୟ

୨୦୦୦ ଟଙ୍କିଆ ନୋଟ ସଂଖ୍ୟା ହ୍ରାସ

By Biswaranjan Pattnaik

December 09, 2021

ଅନୁଗୁଳ: ବଜାରରେ ୨୦୦୦ ଟଙ୍କିଆ ନୋଟ୍ ସଂଖ୍ୟା ହ୍ରାସ ପାଇଛି । ଏହା ବର୍ତ୍ତମାନ ୨୨୩.୩ କୋଟିକୁ ଖସି ଆସିଛି । ବଜାରରେ ଉପଲବ୍ଧ ଥିବା ମୋଟ ବ୍ୟାଙ୍କ ନୋଟଗୁଡିକ ମଧ୍ୟରେ ୨୦୦୦ ଟଙ୍କିଆ ନୋଟ୍ର ଭାଗ ୧.୭୫% ରହିଛି, ଯାହାକି ୨୦୧୮ ମାର୍ଚ୍ଚରେ ୩.୨୭% ଥିଲା। ଉକ୍ତ ସମୟରେ ବଜାରରେ ୩୩୬.୩ କୋଟି ଖଣ୍ଡ ୨୦୦୦ ଟଙ୍କିଆ ନୋଟ୍ ଉପଲବ୍ଧ ଥିଲା। ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ମଙ୍ଗବାର ରାଜ୍ୟ ସଭାକୁ ଲିଖିତ ଉତ୍ତରରେ ଉପରୋକ୍ତ ସୂଚନା ଦେଇଛନ୍ତି।