ମୁଖ୍ୟ ଖବର

୨୦୨୨ ଅଧ୍ୟକ୍ଷ ଆସନ ଓବିସି ମହିଳାଙ୍କ ପାଇଁ ସଂରକ୍ଷିତ

By Biswaranjan Pattnaik

October 17, 2021

ଅନୁଗୁଳ: ଶନିବାର ରାଜ୍ୟ ସରକାର ସିଧାସଳଖ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବି ପାଇଁ ଚିଠା ସଂରକ୍ଷଣ ତାଲିକା ପ୍ରକାଶ କରିଛନ୍ତି। ୨୦୧୭ ନିର୍ବାଚନରେ ଅନୁଗୁଳ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଆସନ ଅନୁସୂଚିତ ଜାତି ବର୍ଗ ପାଇଁ ସଂରକ୍ଷିତ ରହିଥିଲା ବେଳେ ୨୦୨୨ରେ ଏହି ଆସନ ଓବିସି ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଛି। ଅର୍ଥାତ ଆଗାମୀ ନିର୍ବାଚନରେ ଅନୁଗୁଳରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଆସନରେ ଓବିସି ମହିଳା ବସିବା ଏକପ୍ରକାର ସ୍ପଷ୍ଟ ହୋଇଛି। ସେପଟେ ଗତ ୮ ତାରିଖରେ ପ୍ରକାଶ ପାଇଥିବା ୱାର୍ଡମେମ୍ବର, ସରପଞ୍ଚ, ସମିତି ସଭ୍ୟ, ବ୍ଳକ ଅଧ୍ୟକ୍ଷ ଓ ଜିଲ୍ଲା ପରିଷଦ ସଦସ୍ୟ ପଦବି ପାଇଁ ଚିଠା ତାଲିକାକୁ ନେଇ ସବୁଠି ଅସନ୍ତୋଷ ଦେଖିବାକୁ ମିଳିଛି। ସଂରକ୍ଷଣ ତାଲିକାକୁ ନେଇ ଆଶାୟୀଙ୍କ ସ୍ବପ୍ନ ଅଧୁରା ହେବା ଜାଣିବା ପରେ ତାଲିକା ପରିବର୍ତ୍ତନ ନେଇ ଅଭିଯୋଗ ହୋଇଛି । ଶନିବାର ସନ୍ଧ୍ୟା ସୁଦ୍ଧା ଏହି ଅଭିଯୋଗ ଦେଢ଼ ଶହ ଟପିଥିବା ଜିଲ୍ଲା ପଞ୍ଚାୟତ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ଅଧିକାଂଶ ସ୍ଥାନରେ ଅଣ ସଂରକ୍ଷିତକୁ ଅନୁସୂଚିତ ଜନଜାତି ପାଇଁ ସଂରକ୍ଷିତ ରଖିବାକୁ ନିବେଦନ କରାଯାଇଥିବା ବେଳେ ଅଧିକାଂଶ ଅଭିଯୋଗରେ ପୂର୍ବ ନିଷ୍ପତ୍ତିକୁ କାଏମ୍ ରଖିବାକୁ କୁହାଯାଇଛି । ତେବେ ଆସନ୍ତା ୨୧ ତାରିଖରୁ ଏହି ଅଭିଯୋଗର ଶୁଣାଣି କରାଯାଇ ୨୬ ତାରିଖରେ ଚୂଡାନ୍ତ ତାଲିକା ପ୍ରକାଶ କରାଯିବ ବୋଲି କୁହାଯାଇଛି।