ମୁଖ୍ୟ ଖବର

ମାଗଣା ପ୍ରଶିକ୍ଷଣ ପାଇଁ ୨୧ ଜଣ ମନୋନୀତ

By Angul TV Bureau

August 09, 2024

କଣିହାଁ: ଆତ୍ମନିର୍ଭର ହେବାକୁ ଦେୟ ମୁକ୍ତ ପ୍ରଶିକ୍ଷଣ ନିମନ୍ତେ ସ୍ଥାନୀୟ କଣିହାଁ ପଞ୍ଚାୟତ ସମିତି ପବିତ୍ର ମୋହନ ସଭାଗୃହରେ ଗୁରୁବାର ଚୟନ ଶିବିର ଅନୁଷ୍ଠିତ ହୋଇଛି। ଅନୁଗୁଳ ଜିଲ୍ଲା ଖଣିଜ ପାଣ୍ଠି ସହଯୋଗରେ ଉକ୍ତ ଯୋଜନାକୁ ନେଇ ସେଣ୍ଟ୍ରାଲ୍ ଟୋଲ ରୁମ ଆଣ୍ଡ ଟ୍ରେନିଂ ସେଣ୍ଟର ଅନ୍ୟାନ୍ୟ ସହଭାଗିତା ପ୍ରଶିକ୍ଷଣ ଦେବା ପାଇଁ ଦାୟିତ୍ଵ ନେଇଛି। ଏଥିରେ ଦଶମ, +୨, +୩ ପାସ ଓ ଆଇଟିଆଇ ତାଲିମ ପ୍ରାପ୍ତ ୧୮ ରୁ ୩୦ ବର୍ଷୀୟ ବେକାର ଯୁବକଯୁବତୀ ଆବେଦନ କରିଥିଲେ। ୪୫ ଜଣ ପଞ୍ଜିକୃତଙ୍କ ମଧ୍ୟରୁ ୨୧ ଜଣକୁ ପ୍ରଶିକ୍ଷଣ ପାଇଁ ମନୋନୀତ କରାଯାଇଥିଲା।

କାର୍ଯ୍ୟକ୍ରମରେ ବ୍ଲକ ପ୍ରୋଗ୍ରାମ ମ୍ୟାନେଜର ସସ୍ମିତା ନାୟକ, ଟ୍ରେନର ସୁବ୍ରତ କୁମାର ମହାନ୍ତ, ବ୍ୟବସ୍ଥାପକ ଦେବାଶିଷ ପଢ଼ିହାରୀ, ଲୋକାଲ ସଂଯୋଜକ ସତ୍ୟବ୍ରତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।