ଘଟଣା ଓ ଦୁର୍ଘଟଣା

ଅବକାରୀ ଚଢ଼ଉ, ୨୧୦ ଲିଟର ଦେଶୀ ମଦ ଜବତ,ଜଣେ ଗିରଫ

By Angul TV Bureau

August 12, 2021

ଅନୁଗୁଳ: ତାଳଚେର ଅବକାରୀ ବିଭାଗ ପକ୍ଷରୁ ତାଳଚେର ଓ କଣିହାଁ ଥାନାର ବିଭିନ୍ନ ସ୍ଥାନରେ ଚଢ଼ଉ କରି ଏକ କାର୍ ସହ ୨୧୦ ଲିଟର ଦେଶୀ ରନ୍ଧା ମଦ ଜବତ କରାଯାଇଛି। ଏହି ଚୋରା କାରବାର ଅଭିଯୋଗରେ ଜଣଙ୍କୁ ଗିରଫ କରାଯାଇଛି। ବିଭାଗୀୟ ସୂଚନା ଅନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତିରେ ଏକ କାର୍ (ଓଆର ୦୫ପି ୬୦୭୫)ରେ ପ୍ରାୟ ୧୧ଟି ଜାରକିନ୍‌ରେ ୨୧୦ ଲିଟର ଦେଶୀମଦ ତାଳଚେର ଆଡ଼କୁ ଆସୁଥିଲା। ଅବକାରୀ ବିଭାଗର କର୍ମଚାରୀ ଏ ସଂପର୍କରେ ବିଶେଷ ସୂତ୍ରରୁ ଖବର ପାଇ ଗୁରୁଜାଙ୍ଗ ଛକ ନିକଟରେ ଛକି ବସିଥିଲେ । ଗୁରୁଜାଙ୍ଗ ଛକ ଦେଇ କନ୍ଧବେରଣୀ ଗାଁର ବିକାଶ କୁମାର ସାହୁ(୨୭) କାର୍‌ରେ ଏହି ମଦ ଚୋରାଚାଲାଣ କରୁଥିବା ବେଳେ ସେମାନେ ତାଙ୍କୁ କାବୁ କରି ନେଇଥିଲେ। ଅବକାରୀ ନିରୀକ୍ଷକ ଅନିତା ଓଝାଙ୍କ ତତ୍ତ୍ଵାବଧାନରେ ଅବକାରୀ ଉପ ନିରୀକ୍ଷକ ପ୍ରକାଶ ଦାଶ, ସନ୍ତୋଷ ସେନାପତି, ହରିହର ପରିଡା, ଆରକ୍ଷୀ ରଞ୍ଜନ ପ୍ରଧାନ, ମନୋଜ ବେହେରା, ରଶ୍ମିତା ଦେହୁରୀ, ପ୍ରଶାନ୍ତ ସିଂ ପ୍ରମୁଖ ଚଢ଼ଉରେ ସାମିଲ ଥିଲେ ।