ମୁଖ୍ୟ ଖବର

ଲଗାଣ ବର୍ଷାରେ ଓଡ଼ିଶାର ୨୨ ଜିଲ୍ଲା ପ୍ରଭାବିତ, ୮ ଲକ୍ଷରୁ ଅଧିକ ଲୋକ କ୍ଷତିଗ୍ରସ୍ତ: ସୁରେଶ ପୂଜାରୀ

By Angul TV Bureau

August 03, 2026

ଭୁବନେଶ୍ୱର: ଚଳିତ ବର୍ଷ ଲଗାଣ ବର୍ଷା ଯୋଗୁଁ ଓଡ଼ିଶାର ୨୨ ଜିଲ୍ଲା, ୮୫ ବ୍ଲକ ଓ ୧୫ ଟି ସହରାଞ୍ଚଳ ବନ୍ୟା ଓ ଜଳବନ୍ଦୀ ଦ୍ୱାରା ପ୍ରଭାବିତ ହୋଇଛି। ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ମନ୍ତ୍ରୀଙ୍କ ସୂଚନା ଅନୁସାରେ, ମୋଟ ୮ ଲକ୍ଷ ୬୩ ହଜାର ୯୦୯ ଜଣ ଲୋକ ପ୍ରଭାବିତ ହୋଇଛନ୍ତି। ୨ ଲକ୍ଷ ୬୭ ହଜାର ୩୦୧ ଜଣଙ୍କୁ ସ୍ଥାନାନ୍ତର କରାଯାଇ ୫୨୯ ଟି ରିଲିଫ କ୍ୟାମ୍ପ ପରିଚାଳିତ ହୋଇଛି। ୬୫୬ ପଞ୍ଚାୟତ ଓ ୧୪୫୮ ଗାଁ କ୍ଷତିଗ୍ରସ୍ତ ହୋଇଛି।

ପ୍ରାଥମିକ ଆକଳନ ଅନୁସାରେ ୪୨ କୋଟି ୮୦ ଲକ୍ଷ ଟଙ୍କାର କ୍ଷୟକ୍ଷତି ହୋଇଛି। କ୍ଷତିଗ୍ରସ୍ତଙ୍କୁ ସହାୟତା ପାଇଁ ଜିଲ୍ଲାପାଳଙ୍କୁ ପ୍ରଥମେ ୩୬ କୋଟି ୯୮ ଲକ୍ଷ ଟଙ୍କା ପଠାଯାଇସାରିଛି। ଆଜି ଆଉ ୧୧୦ କୋଟି ଟଙ୍କା ପଠାଯିବ। SDRF ଅନୁସାରେ କ୍ଷତିପୂରଣ ଯଥା ସମ୍ପୂର୍ଣ ଘର ଭାଙ୍ଗିଲେ ୧ ଲକ୍ଷ ୨୦ ହଜାର, ପକ୍କା ଘର ଆଂଶିକ ୬ ହଜାର ୫୦, କଚ୍ଚା ଘର ଆଂଶିକ ୪ ହଜାର , କୁଡ଼ିଆ ୮ ହଜାର, ଗୁହାଳ ୩ ହଜାର, ଚାଷ କ୍ଷତି ଖାଲୁଆ ଜମି ହେକ୍ଟର ପିଛା ୮୫୦, ଜଳସେଚିତ ଜମି ହେକ୍ଟର ପିଛା ୧୭୦, ଜୀବନହାନୀ ୪ ଲକ୍ଷ , ଗୋରୁ/ମଇଁଷି ୩୭୫୦/୩୨୦୦୦, ବାଛୁରୀ ୨୦୦୦୦, ଛେଳି/ମେଣ୍ଢା: ୪୦୦ ଟଙ୍କା ମିଳିବ। ସ୍ଥିତି ସୁଧୁରିବା ପର୍ଯ୍ୟନ୍ତ ରିଲିଫ କାର୍ଯ୍ୟ ଜାରି ରହିବ ବୋଲି ମନ୍ତ୍ରୀ କହିଛନ୍ତି।