ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ନୂଆଗାଁରୁ ପୁଲିସ ଚଢ଼ାଉକରି ୨୨ କେଜି ଗଞ୍ଜେଇ ଜବତ କରିବାସହ ଜଣଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ସୂଚନା ମୁତାବକ, ଏକ ବିଶ୍ବସ୍ତ ସୂତ୍ରର ଖବର ପାଇ ଛେଣ୍ଡିପଦା ଥାନା ଏସ୍ଆଇ ସଂଘମିତ୍ରା ଶତପଥି ଓ ବାଗେଡିଆ ଫାଣ୍ଡି ଅଧିକାରୀ ଆଶିଷ କୁମାର ଦାସ ଶନିବାର ଅପରାହ୍ନରେ ନୂଆଗାଁର ସୁରେନ୍ଦ୍ର ନାଏକ(୫୫)ଙ୍କ ଘରେଚଢ଼ଶଉ କରିଥିଲେ। ତାଙ୍କ ଘରୁ ୨୨ କେଜି ଗଞ୍ଜେଇ ଜବତ କରିଥିଲେ। ବେଆଇନ ଗଞ୍ଜେଇ ରଖିଥିବା ଅଭିଯୋଗରେ ଏକ ମାମଲା ରୁଜୁକରି ଅଭିଯୁକ୍ତ ସୁରେନ୍ଦ୍ରଙ୍କୁ ରବିବାର କୋର୍ଟ ଚାଲାଣ କରାଯାଇଛି।