ଘଟଣା ଓ ଦୁର୍ଘଟଣା

ପୁଣି ୨୨ କେଜି ଗଞ୍ଜେଇ ଜବତ, ୨ ଗିରଫ

By Swagatika Samantray

September 21, 2022

ଅନୁଗୁଳ: ଅନୁଗୁଳ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଠାକୁରଗଡ଼ ଥାନା ଅଞ୍ଚଳରେ ଚଢ଼ାଉ କରାଯାଇ ୨୨ କେଜି ଗଞ୍ଜେଇ ଜବତ କରାଯାଇ ଏଥିରେ ସମ୍ପୃକ୍ତ ୨ ଜଣଙ୍କୁ ଗିରଫ କରାଯାଇଛି।

ସୂଚନା ମୁତାବକ, କିଶୋରନଗର ଥାନା ଅନ୍ତର୍ଗତ ତୁରୁଡ଼ା ଗାଁର ରାକେଶ ବେହେରା(୨୪) ଓ ଅକ୍ଷୟ କୁମାର ବେହେରା(୩୦) ଏକ ପିକ୍‌ଅପ୍‌ ଭ୍ୟାନ୍(ଓଡି-୧୯କ୍ୟୁ-୧୩୭୩)ରେ ୨୨ କେଜି ଗଞ୍ଜେଇ ନେଇ ଅନୁଗୁଳ ଆଡ଼କୁ ଯାଉଥିବା ବେଳେ, ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଅବକାରୀ ଅଧିକ୍ଷକ ମଧୁସ୍ମିତା ନାୟକଙ୍କ ନିର୍ଦ୍ଦେଶରେ ଇନିସ୍ପେକ୍ଟର ଅନିତା ଓଝାଙ୍କ ନେତୃତ୍ବରେ ଏକ ଟିମ୍‌ ଠାକୁରଗଡ଼ ଥାନା ଅଞ୍ଚଳରେ ଛକି ରହିଥିଲେ। ପିକ୍‌ଅପ୍‌ ଭ୍ୟାନ୍‌ଟି ଠାକୁରଗଡ଼ ପାଇକସାହି ରାସ୍ତାରେ ଯିବାବେଳେ ତାକୁ କାବୁକରି ଗଞ୍ଜେଇସହ ଭ୍ୟାନକୁ ଜବତକରି ଏକ ମାମଲା ରୁଜୁକରି ଅଭିଯୁକ୍ତ ରାକେଶ ଓ ଅକ୍ଷୟଙ୍କୁ ଗିରଫକରି ବୁଧବାର କୋର୍ଟ ଚାଲାଣ କରିଛି। ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ୨ ଲକ୍ଷ ୨୨ ହଜାର ଟଙ୍କା ହେବ ବୋଲି ଅବକାରୀ ଅଧିକ୍ଷକ ମଧୁସ୍ମିତା ନାୟକ ପ୍ରକାଶ କରିଛନ୍ତି।