ଅନୁଗୁଳ:ଭୁବନେଶ୍ୱର ଉତ୍କଳ କରାଟେ ସ୍କୁଲରେ ଅଗଷ୍ଟ ୧୯ ତାରିଖ ଠାରୁ ୨୧ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ରାଜ୍ୟ ସ୍ତରୀୟ ଟାଇକୋଣ୍ଡୋ ପ୍ରତିଯୋଗୀତା ପାଇଁ ଅନୁଗୁଳ ଜିଲ୍ଲାରୁ ୨୩ ଜଣ ପ୍ରତିଯୋଗୀ ମନୋନୀତ ହୋଇଛନ୍ତି।ସେଥି ମଧ୍ୟରୁ ୧୩ ଜଣ ବାଳିକା ଓ ୧୦ ଜଣ ବାଳକ ଅନ୍ତର୍ଭୁକ୍ତ।ଅନୁଗୁଳ ଟାଇକୋଣ୍ଡୋ ଦେଭଲମେଣ୍ଟ ଆସୋସିଏସନର ସଭାପତି ଶ୍ରୀକାନ୍ତ କୁମାର ପ୍ରଧାନ ଓ ସଂପାଦକ ତଥା ପ୍ରଶିକ୍ଷକ ପ୍ରଦୀପ କୁମାର ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ଅନୁଗୁଳ ପୋଲିସ କଲୋନୀ ପଡିଆ ଠାରେ ପ୍ରଶିକ୍ଷଣ ନେଉଛନ୍ତି।
ସମସ୍ତ ଖେଳାଳି ସଫଳତାର ସହ ବିଭିନ୍ନ ସ୍ଥାନ ଅଳକୃତ କରିବେ ବୋଲି ସଂଗଠନର ସଭାପତି ଓ ପ୍ରଶିକ୍ଷକ ଦୃଢ ଆଶାବାଦୀ। ତା ସହ ଅନୁଗୁଲଳ ଜିଲ୍ଲାରେ ଟାଇକୋଣ୍ଡୋର ପ୍ରଚାର, ପ୍ରସାର ଓ ଉନ୍ନତି ପାଇଁ ସବୁବେଳେ ଏହି ସଂଗଠନ ସଂକଳ୍ପବଦ୍ଧ ବୋଲି କହିଛନ୍ତି।