ମୁଖ୍ୟ ଖବର

ଆଠ ଦଫା ଦାବି ନେଇ ମେଡିକାଲ୍ ଓ ସେଲ୍ସ୍ ରିପ୍ରେଜେଣ୍ଟେଟିଭଙ୍କ ୨୪ ଘଣ୍ଟିଆ ଧର୍ମଘଟ

By Biswaranjan Pattnaik

December 20, 2023

ଅନୁଗୁଳ: ମେଡିକାଲ୍ ଓ ସେଲ୍ସ୍ ରିପ୍ରେଜେଣ୍ଟେଟିଭଙ୍କ ସର୍ବ ଭାରତୀୟ ସଂଗଠନ “ଫେଡେରେସନ୍ ଅଫ୍ ମେଡିକାଲ୍ ଆଣ୍ଡ୍ ସେଲ୍ସ୍ ରିପ୍ରେଜେଣ୍ଟେଟିଭ୍ ଆସୋସିଏସନ୍ସ ଅଫ୍ ଇଣ୍ଡିଆ” ପକ୍ଷରୁ ଆଜି ୨୪ ଘଣ୍ଟିଆ ଧର୍ମଘଟ ଡାକରା ଦିଆଯାଇଛି।

ଏ ଅବସରରେ ଓଡ଼ିଶାରେ କାର୍ଯ୍ୟରତ ସମସ୍ତ ମେଡିକାଲ୍ ଓ ସେଲ୍ସ୍ ରିପ୍ରେଜେଣ୍ଟେଟିଭ୍ ମାନଙ୍କ ତରଫରୁ ‘ଓ ଶ୍ରୁ’ ଦ୍ଵାରା ଭାରତର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଆଠ ଦଫା ଦାବି ସମ୍ବଳିତ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ଦାବିପତ୍ରରେ ମେଡିକାଲ୍ ଓ ସେଲ୍ସ୍ ରିପ୍ରେଜେଣ୍ଟେଟିଭ୍ ମାନଙ୍କର ଚାକିରି ସର୍ତ୍ତାବଳୀ ଗୁଡ଼ିକୁ ସୁରକ୍ଷିତ କରୁଥିବା “ସେଲ୍ସ୍ ପ୍ରମୋସନ୍ ଏମ୍ପ୍ଲୟିଜ୍ ଆକ୍ଟ୍” କୁ ଖାରଜ କରିବା ପରିବର୍ତ୍ତେ ଏହାକୁ ବଳବତ୍ତର ରଖିବା ତଥା ସେମାନଙ୍କ ପାଇଁ ବିଧିବଦ୍ଧ ଭାବରେ ପେଶାଦାର କାର୍ଯ୍ୟ ସମ୍ବନ୍ଧୀୟ ନିର୍ଦ୍ଦିଷ୍ଟ ନିୟମ ଲାଗୁ କରିବା, ସରକାରୀ ହସ୍ପିଟାଲ୍ ଓ ମେଡିକାଲ କଲେଜ୍ ଇତ୍ୟାଦି କାର୍ଯ୍ୟ କ୍ଷେତ୍ରରେ ଥିବା ସମସ୍ତ ଅନୈତିକ ଅବରୋଧ ଗୁଡ଼ିକୁ ବାତିଲ କରିବା ଇତ୍ୟାଦି ପ୍ରମୁଖ ଦାବି ରହିଛି।

ଅନୁଗୁଳର ତିନି ଶହରୁ ଅଧିକ କର୍ମଚାରୀ ଆଜି ଧର୍ମଘଟରେ ସାମିଲ ହୋଇଥିଲେ। ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଭାପତି ମହେନ୍ଦ୍ର କୁମାର ସାହୁ, ଅନୁଗୁଳ ଜିଲ୍ଲା ସଭାପତି ପ୍ରହଲ୍ଲାଦ ରଥ, ସମ୍ପାଦକ ସାଗର ସଙ୍ଗମ ମହାପାତ୍ର ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରଞ୍ଜନ କୁମାର ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।