ମୁଖ୍ୟ ଖବର

ପ୍ରସୂତୀଙ୍କଠୁ ଲାଞ୍ଚ: ବଦଳିଲେ ୨୪ ଷ୍ଟାଫ ନର୍ସ

By Biswaranjan Pattnaik

December 18, 2021

ଅନୁଗୁଳ: ପ୍ରାୟ ଏକ ମାସ ତଳେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ତ୍ରୀ ଓ ପ୍ରସୂତୀ ବିଭାଗରେ ଗର୍ଭବତୀ ମହିଳାଙ୍କ ଠାରୁ ସ୍ୱାସ୍ଥ୍ୟ ସେବା ଦେବା ନାଁରେ ଲାଞ୍ଚ ମାଗିବା ଘଟଣା ଗଣମାଧ୍ୟମରେ ପ୍ରକାଶିତ ହେବ ପରେ ଏଥିନେଇ ଏଡିଏମ୍‌ଓ ମେଡିକାଲ ଡ଼ା ମାନସ ରଂଜନ ବିଶ୍ୱାଳ ତଦନ୍ତ କରିବା ସହ ଲେବର ରୁମ୍ ଏବଂ ଅନ୍ୟାନ୍ୟ ୱାର୍ଡରେ ଦୀର୍ଘ ଦିନ ଧରି ଥିବା ଷ୍ଟାଫନର୍ସ ମାନଙ୍କୁ ବଦଳି କରିବା ପାଇଁ ସିଡ଼ିଏମ୍‌ଓଙ୍କୁ ସୁପାରିଶ କରିଥିଲେ। ଏହି ସୁପାରିଶ ଆଧାରରେ ଏବେ ନର୍ସ ମାନଙ୍କୁ ବଦଳି କରାଯାଇଛି। ଲେବର ରୁମ୍ ଇନ୍‍ଚାର୍ଜ ଅନିତା ସାମଲଙ୍କୁ ମେଲ୍ ମେଡିସିନ, ରଶ୍ମିତା ନାୟକଙ୍କୁ ସରଜେରୀ ଇନ୍‍ଚାର୍ଜ, ସସ୍ମିତା ମାଝୀ ଲେବର ରୁମ୍‍ରୁ ପୋଷ୍ଟ ନାଟାଲ ୱାର୍ଡ, ପ୍ରଭାତୀ ବେହେରାଙ୍କୁ ଶିଶୁ ୱାର୍ଡ ଇନ୍‍ଚାର୍ଜ, ସଂଘମିତ୍ରା ପ୍ରଧାନଙ୍କୁ ଜେରିଆଟିକ ୱାର୍ଡ ଇନ୍‍ଚାର୍ଜ ,ସନ୍ତୋସିନୀ ଦାସଙ୍କୁ ଓଜି-ଓଟି ଇନ୍‍ଚାର୍ଜ ଦିଆ ଯାଇଥିବା ବେଳେ ବିଷ୍ଣୁପ୍ରିୟା ବାରିକଙ୍କୁ ଓଜି-ଓଟି ଇନ୍‍ଚାର୍ଜରୁ ଅବ୍ୟାହତି ଦିଆଯାଇଚି। ତେବେ କାଜୁଆଲିଟିଙ୍କ ଦାଇତ୍ୱ ପୁର୍ବ ଭଳି ରହିଛି ।