ମୁଖ୍ୟ ଖବର

କନେଷ୍ଟବଳଙ୍କୁ ୨୪ ହଜାର ଚୂନ ଲଗାଇଲେ ସାଇବର ଠକ

By Angul TV Bureau

July 22, 2021

ଅନୁଗୁଳ: ବୁଧବାର ଏନ୍‌ଟିପିସିରେ କାର୍ଯ୍ୟରତ ଜଣେ ସିଆଇଏସ୍ଏଫ୍ କନେଷ୍ଟବଳ ପି.କେ. ସିହ୍ନାଙ୍କଠାରୁ ସାଇବର ଠକ ୨୪ ହଜାର ୯୯୮ ଟଙ୍କା ନେଇଯାଇଛନ୍ତି। ଏ ନେଇ ଶ୍ରୀ ସିହ୍ନା ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ କେସ୍ ରୁଜୁ କରି ଅନୁସନ୍ଧାନ ଚଳାଇଛି।ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କନେଷ୍ଟବଳ ଜଣକ ଟ୍ରେନ୍ ଟିକେଟ୍ ବୁକିଂ କରୁଥିଲେ। ତେବେ ମୋବାଇଲ୍‌ରେ ଟିକେଟ୍ ବୁକିଂ କରୁଥିବା ବେଳେ କୌଣସି ସମସ୍ୟା ସୃଷ୍ଟି ହେବାରୁ ସେ କଷ୍ଟମର୍ କେୟାର୍‌କୁ ଫୋନ୍ କରିଥିଲେ । ସେତିକିବେଳେ ସାଇବର ଠକ ହାବୁଡ଼ରେ ପଡ଼ିଥିଲେ। ସାଇବର ଠକର ସୂଚନା ମୁତାବକ ମୋବାଇଲ୍‌ରେ ସୂଚନା ଦେବା କ୍ଷଣି ତାଙ୍କ ଏକାଉଣ୍ଟରୁ ଟଙ୍କା କଟି ଯାଇଥିଲା। ସେ ଏ ନେଇ ଏନ୍‌ଟିପିସି ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ଏକ କେସ୍ ରୁଜୁ କରାଯାଇଥିବା ବେଳେ ଅନୁସନ୍ଧାନ ଜାରି ରହିଛି ବୋଲି ଥାନା ଅଧିକାରିଣୀ ଦୀପିକା ଦେବୀ ରାୟ ପ୍ରକାଶ କରିଛନ୍ତି।