ଅନୁଗୁଳ: ୨୪ ତମ ଜାତୀୟ ଜୁନିଅର ଉଷୁ ଚାମ୍ପିଅନ ସିପ ୨୦୨୫ ଅନୁଷ୍ଠିତ ହୋଇଛି। ଜୁଲାଇ ୧ରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ୬ ଯାଏଁ ଚାଲିବ। ଅନୁଗୁଳ ଜିଲ୍ଲାର ବନ୍ତଳା କଲେଜର ଛାତ୍ର କ୍ରିଷ୍ଣା ସାହୁ ଓ ଓପି ଜିନ୍ଦଲ ବିଦ୍ୟାଳୟର ଛାତ୍ର ରୁଦ୍ର ଜେଠୱା ଉଭୟ ୭୫/୮୫ କେଜିରେ ଭାଗ ନେବା ପାଇଁ ଓଡ଼ିଶା ଦଳ ସହ ଗସ୍ତ କରିଛନ୍ତି। ଜିଲ୍ଲା କ୍ରୀଡ଼ା ଅଧିକାରୀ ଅକ୍ଷୟ କୁମାର ସିଠ ଏବଂ ଉଷୁ ଆସୋସିଏସନ୍ ସମ୍ପାଦକ ସୁଶାନ୍ତ ନାୟକ ଓ ବରିଷ୍ଠ କ୍ରୀଡାବିତ୍ ମାନେ ଶୁଭେଚ୍ଛା ଜ୍ଞାପନ କରିବା ସହ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ବୋଲି କୋଚ ଚିତ୍ତରଞ୍ଜନ ମହାନ୍ତ କହିଛନ୍ତି।