କଳା ଓ ସଂସ୍କୃତି

ସୂର୍‌-ତାଲ୍ ସେବା ଓ ସାଂସ୍କୃତିକ ଅନୁଷ୍ଠାନର ୨୪ ତମ ମହୋତ୍ସବ ଆରମ୍ଭ

By Angul TV Bureau

December 20, 2025

ଅନୁଗୁଳ: ସୂର୍‌-ତାଲ୍ ସେବା ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ୨୪ ତମ ମହୋତ୍ସବ ଅନୁଗୁଳ ସଭାଘରଠାରେ ଶୁକ୍ରବାର ଉଦଘାଟିତ ହୋଇଯାଇଛି। ଆସନ୍ତା ୨୧ ତାରିଖ ଯାଏଁ ଏହି ମହୋତ୍ସବ ଚାଲିବ। ଓଡିଶୀ ଗୁରୁ ସୁଶ୍ରୀ ପୁଷ୍ପିତା ମିଶ୍ର , ଗୁରୁ ରତ୍ନପଦ୍ମା ଓ ଗୁରୁ ମନୋଜ କୁମାର ରଥ, ଗୁରୁ ରଞ୍ଜନ କୁମାର ସାହୁ ପ୍ରଦୀପ ପ୍ରଜ୍ଜ୍ବଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।

କାର୍ଯ୍ୟକ୍ରମରେ ଭାଗ ନେଇଥିବା ପ୍ରତିଯୋଗୀଙ୍କ ମଧ୍ୟରୁ ଓଡିଶୀରେ ଅନନ୍ୟା ଶୁଭଦର୍ଶନୀ ପରିଡା ପ୍ରଥମ, ଗିଟାର୍ ଜୁନିୟରରେ ପୃଥ୍ଵୀ ଟୁଡୁ ଗିଟାର୍ ସିନିୟର୍‌ରେ କୁନ୍ଦନ ଅଗ୍ରୱାଲ୍ ପ୍ରଥମ ସ୍ଥାନ ଅଧିକାର କରିଥିଲେ।

ସାଂସ୍କୃତିକ କାର୍ଯ୍ୟକ୍ରମକୁ ସୂର୍‌-ତାଲ୍ ପରିବାରର ସଭାପତି ଅଜୟ କୁମାର ନାଥ, ସମ୍ପାଦକ ସୁଜିତ୍ କୁମାର ସାହୁ, କୋଷାଧକ୍ଷ୍ୟ ମୃତ୍ୟୁଞ୍ଜୟ ମହାପାତ୍ର, ଅନୁଷ୍ଠାନର ଚୈତନ୍ୟ ପୋଥାଳ ପ୍ରଭାତ କୁମାର ଦାସ୍, ସନ୍ତୋଷ କୁମାର ସାମଲ, ବିଶ୍ଵ ରଞ୍ଜନ ସିହ୍ନା, ପ୍ରକାଶ କୁମାର ନନ୍ଦ, ଅଶୋକ କୁମାର ଶର୍ମା, ସତ୍ୟନାରାୟଣ ଦାସ୍, ପୂର୍ଣ୍ଣଚନ୍ଦ୍ର କର, ଶାନ୍ତନୁ କୁମାର ସ୍ଵାଇଁ, ଆଶୁତୋଷ ରଥ, ପ୍ରଶାନ୍ତ କୁମାର ଦେବତା, ଅଜିତ୍ କୁମାର ସାହୁ, କେଦାର କୁମାର ବେହେରା ପ୍ରମୁଖ ପରିଚାଳନା କରିଥିଲେ।