ମୁଖ୍ୟ ଖବର

ଜୁଲାଇ ୪, ୧୯୯୯ ମସିହାର ଛାତି ଥରା କାହାଣୀ,ଟାଇଗର ହିଲ ବିଜୟର ୨୫ ବର୍ଷ ପୂର୍ତ୍ତି

By Biswaranjan Pattnaik

July 04, 2024

ଅନୁଗୁଳ: କାରଗିଲ ଯୁଦ୍ଧ ଆରମ୍ଭ ହୋଇଯାଇଛି। ପାକିସ୍ଥାନୀ ସୈନିକ ମାନେ ପୂର୍ବରୁ ଟାଇଗର ହିଲରେ ବଙ୍କର କରି ଅସ୍ତ୍ର ଶସ୍ତ୍ର ସହ ଜଗି ବସିଛନ୍ତି।ଭାରତୀୟ ସେନାର ସେତେବେଳେ ନୂଆ ନୂଆ ଚାକିରି କରିଥାନ୍ତି ଲେଫ୍ଟନାଣ୍ଟ ବଲବାନ ସିଂହ। ୧୮ ଗ୍ରେନେଡିୟର ବ୍ୟଟେଲିୟାନର ସାହସୀ ଯୋଦ୍ଧା।ଜୁଲାଇ ୩ ତାରିଖ, ହେଡ୍ କ୍ୱାଟରରୁ ଖବର ଆସିଲା ଟାଇଗର ହିଲ ଟପ୍‌ରେ ଥିବା ଶତ୍ରୁଙ୍କୁ ନୀପାତ କରିବାକୁ ହେବ।ସଙ୍ଗେ ସଙ୍ଗେ ପଲ୍ଟନ ସହ ବାହାରି ପଡ଼ିଲେ ବଲବାନ ସିଂହ। ଶତ୍ରୁ ଅଛନ୍ତି ପ୍ରାୟ ୧୬ ହଜାର ଫୁଟ ଉପରେ।ବଲବାନ ସିଂହ ଅତି ସନ୍ତର୍ପଣରେ ଆଗକୁ ବଢ଼ିଲେ।ଶତ୍ରୁ ଜାଣି ପାରିଲେ।ଉପରୁ ଘନଘନ ଗୁଳି ଛୁଟି ଆସୁଥାଏ। ବଲବାନ ଏବଂ ତାଙ୍କ ସାଥି ଆଗକୁ ଘୁଷୁରୀ ଘୁଷୁରୀ ବଢ଼ୁ ଥାଆନ୍ତି। ଦିନ ଯାଇ ରାତି ହେଲା କିଛି ସମୟର ବିରତି ପରେ ପୁଣି ଲଢେଇ ଜାରି।ଭୀଷଣ ଗୁଳି ଗୋଳା ମାଡ଼। ବଲବାନଙ୍କ ସାଥି ମାନେ ତାଙ୍କୁ ପଛକୁ ହଟି ବାକୁ କହିଲେ କିନ୍ତୁ ବଲବାନ ଶୁଣିବା ଲୋକ ନଥିଲେ।

ନୂତନ ରଣନୀତି ସହ ଉତ୍ସାହ ଭରା ଲଢେଇ ଆରମ୍ଭ କଲେ। ତାଙ୍କ ଆକ୍ରମଣରେ ଏଥର ଘାଇଲା ହେଲେ ଶତ୍ରୁ। ଗୁଳି ମାଡ଼ ଖାଇ ରକ୍ତାକ୍ତ ଅବସ୍ଥାରେ ଆଗକୁ ବଢ଼ୁ ଥାଆନ୍ତି ବଲବାନ। ଜୁଲାଇ ୪ ତାରିଖ ସୂର୍ଯ୍ୟୋଦୟ ବେଳକୁ ପାକିସ୍ଥାନୀ ସୈନ୍ୟ ଯାହା ମଲେ ମଲେ ବାକି ଛତ୍ର ଭଙ୍ଗ ଦେଇ ପଳାଇଲେ। ବଲବାନ ସିଂହଙ୍କ ଏହି ଅପୂର୍ବ ବିରତ୍ଵ ଆଜି ବି ଶିହରଣ ସୃଷ୍ଟି କରେ।ତାଙ୍କୁ ସରକାର ମହାବୀର ଚକ୍ର ସହ କର୍ଣ୍ଣେଲ ପାହ୍ୟାକୁ ପଦୋନ୍ନତି ଦେଲେ।