ମୁଖ୍ୟ ଖବର

ଲୋଭରେ ପଡ଼ି ଫସିଲେ, ୨୫ ହଜାର ଗାଏବ୍

By Angul TV Bureau

May 15, 2021

ଅନୁଗୁଳ: କରୋନା କଷଣରେ ଠପ୍ ହୋଇଯାଇଛି ଜୀବନଯାତ୍ରା । ଜୀବନ ଯାଉଛି, ଜୀବିକା ହରାଇ ଲୋକ ତ୍ରାହି ତ୍ରାହି ଡାକ ପକାଇଲେଣି। କରୋନାର କରାଳତା ମଧ୍ୟରେ ଲୋକ ଘାଣ୍ଟିସନ୍ତୁଳି ହେଉଥିବା ବେଳେ ଏ ବିପତ୍ତି କାଳରେ କିନ୍ତୁ ସାଇବର ଠକେଇ ଥମିବାର ନାଁ ନେଉନି। ସାଇବର ଅପରାଧୀ ଲୋକଙ୍କୁ ଲୋଭ ଦେଖାଇ ଚୂନ ଲଗାଉଛନ୍ତି। ସେମାନଙ୍କ ଆକାଉଣ୍ଟରୁ କଷ୍ଟ ଅର୍ଜିତ ଟଙ୍କା ଲୁଟିବାରେ ଲାଗିଛନ୍ତି। କୋଲିୟରୀ ଥାନା ଇଲାକାର ଜଣେ ବ୍ୟକ୍ତି ସାଇବର ଠକଙ୍କ ଜାଲରେ ଫସି ୨୫ ହଜାର ଟଙ୍କା ହରାଇଛନ୍ତି। ସୌଭାଗ୍ୟକୁ ଅନ୍ୟ ଏକ ଟ୍ରାଞ୍ଜାକ୍ସନ ବିଫଳ ହେବାରୁ ଲକ୍ଷେ ଟଙ୍କା ବଞ୍ଚି ଯାଇଛି। ନଚେତ୍ ସାଇବର ଆଉ ଏକ ଠକ ଲକ୍ଷ ଟଙ୍କା ଚଳୁ କରି ନେଇଥାନ୍ତା ବୋଲି ଥାନାରେ ଲିଖିତ ଅଭିଯୋଗ ହୋଇଛି। ପୁଲିସ୍ ଏ ସଂକ୍ରାନ୍ତରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି।ପୁଲିସ୍ ସୂଚନା ମୁତାବକ, ସାଇବର ଠକେଇର ଶିକାର ହୋଇଥିବା ବ୍ୟକ୍ତି ଜଣଙ୍କ ହେଲେ କଣିହାଁ ବ୍ଲକ ଟିଟିପିଏସ୍ ସେକ୍ଟର-୩ ଅଞ୍ଚଳର ପଦ୍ମନାଭ ସାହୁ(୫୫, ଛଦ୍ମନାମ) ।