ମୁଖ୍ୟ ଖବର

ଓଡ଼ିଶା ରାଜ୍ୟ ରାଜସ୍ୱ କ୍ଷେତ୍ର ଅଧିକାରୀ ସଂଘର ୨୫ତମ ଜିଲ୍ଲାସ୍ତରୀୟ ବାର୍ଷିକ ସମ୍ମିଳନୀ, ୧୮ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ

By Angul TV Bureau

July 07, 2025

ଅନୁଗୁଳ: ଅନୁଗୁଳ କାଲଟାକ୍ସ ଛକ ସ୍ଥିତ କ୍ରିସେଣ୍ଟ କନଭେନସନ୍ ଠାରେ ଓଡ଼ିଶା ରାଜ୍ୟ ରାଜସ୍ୱ କ୍ଷେତ୍ର ଅଧିକାରୀ ସଂଘର ୨୫ତମ ଜିଲ୍ଲାସ୍ତରୀୟ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଉଦୟ କୁମାର ମହାପାତ୍ର ଓ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ପ୍ରତାପ ପ୍ରୀତିମୟ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଜିଲ୍ଲା ସଭାପତି ସୁରେଶ କୁମାର ଦେହୁରୀ, ଜିଲ୍ଲା ସଂପାଦକ ବ୍ରଜବନ୍ଧୁ ସାହୁ, ରାଜ୍ୟ ସଂଘ ଉପଦେଷ୍ଟା ରଶ୍ମିରଞ୍ଜନ ହୋତା, ପୂର୍ବତନ ରାଜ୍ୟ ସଭାପତି ଗୌରୀଶଙ୍କର ମିଶ୍ର ମଞ୍ଚାସୀନ ଥିଲେ।

ସଭାରେ ଯୋଗ ଦେଇଥିବା ଜିଲ୍ଲା ସଂଘର ନୂତନ ସଭ୍ୟ ଓ ସେବାନିବୃତ୍ତ ସଭ୍ୟଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ଵାଗତ କରାଯାଇଥିଲା। ସୋନାଲିକା ସାହୁ ଉପସ୍ଥାପନା କରିଥିଲେ। କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ଶାସନ ବ୍ୟବସ୍ଥାରେ ରାଜସ୍ୱ କ୍ଷେତ୍ର ଅଧିକାରୀଙ୍କ ମହତ୍ତ୍ୱ ଓ ଭୂମିକା ବିଷୟରେ ଆଲୋକପାତ କରିଥିଲେ। ଏ ଅବସରରେ ଜିଲ୍ଲା ସମ୍ପାଦକ ୧୮ ଦଫା ସମ୍ବଳିତ ଦାବିପତ୍ର ଉପସ୍ଥାପନ କରିଥିଲେ। ଶେଷରେ ଜିଲ୍ଲା ଉପ-ସଭାପତି ଟିକନ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।