ମୁଖ୍ୟ ଖବର

ଗତ ୨୩ ବର୍ଷରେ ୨୬ ଲକ୍ଷ ଗଛ କଟିଛି, ଖଣି ପାଇଁ ୯.୬୪ ଲକ୍ଷ

By Biswaranjan Pattnaik

September 14, 2024

ଅନୁଗୁଳ: ୨୦୦୦ ମସିହା ଠାରୁ ୨୦୨୩ ମଧ୍ୟରେ ରାଜ୍ୟରେ ୪୮୨ ଟି ପ୍ରକଳ୍ପ ପାଇଁ ୨୬. ୭୫ଲକ୍ଷ ଗଛ କଟାଯାଇଥିବା ଜଣାପଡିଛି। ସଡ଼କ, ଜଳସେଚନ, ରେଳ ଏବଂ ଖଣି ଆଦି ପ୍ରକଳ୍ପ ପାଇଁ ଏହି ଗଛ କଟାଯାଇଛି। ଗତ ମଙ୍ଗଳବାର ଏକ ପ୍ରଶ୍ନର ଉତ୍ତରରେ ବିଧାନ ସଭାରେ ଏକଥା ପ୍ରକାଶ କରିଛନ୍ତି ମାନ୍ୟବର ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ।

ରାଜ୍ୟରେ ଏହି ସମୟ ମଧ୍ୟରେ ୪୨,୧୯୦ ହେକ୍ଟର ଜମିକୁ ବିଭିନ୍ନ ପ୍ରକଳ୍ପ ପାଇଁ ବିନିଯୋଗ କରାଯାଇଛି। ଅବଶ୍ୟ କେନ୍ଦ୍ର ଜଙ୍ଗଲ ଓ ପରିବେଶ ବିଭାଗ ଏଥିପାଇଁ ଅନୁମତି ଦେଇଥିବା କୁହାଯାଉଛି। ଉପରୋକ୍ତ ସମୟ ଭିତରେ ରାଜ୍ୟରେ ୨୨୫ ଟି ଖଣି ପ୍ରକଳ୍ପ ପାଇଁ ୯.୬୪ ଲକ୍ଷ,୪୩ ଟି ସଡ଼କ ପାଇଁ ୫.୯୯ ଲକ୍ଷ,୪୫ ଟି ଜଳସେଚନ ପ୍ରକଳ୍ପ ପାଇଁ ୪.୮୯ ଲକ୍ଷ ଗଛ କଟାଯାଇଥିବା ଜଣାପଡିଛି।

ସେହିଭଳି ୧୮ ଟି ଶିଳ୍ପ ଉଦ୍ୟୋଗ ପାଇଁ ୩ ଲକ୍ଷ ଗଛ କଟାଯାଇଥିବା ଜଣାପଡିଛି।ସେହିଭଳି ୫୮ ଟି ପାୱାର ପ୍ରୋଜେକ୍ଟ ପାଇଁ ୧.୩୯ ଗଛ ୨୯ ଟି ରେଳ ପ୍ରକଳ୍ପ ପାଇଁ ୮୨,୦୭୬ ଟି ଗଛ ବଳି ପଡ଼ିଥିବା ଏହି ରିପୋର୍ଟ ରେ କୁହା ଯାଇଛି।