ଅନ୍ୟାନ୍ୟ

ବିଜେଡିର ୨୬ ତମ ପ୍ରତିଷ୍ଠା ଦିବସରେ ମହିଳା ସମାବେଶ, ମା’ ମାନଙ୍କୁ ଆଗକୁ ବଢ଼ିବାକୁ ସୁଯୋଗ ଦେବା ଉପରେ ଗୁରୁତ୍ୱାରୋପ

By Angul TV Bureau

January 17, 2023

ପାଳଲହଡ଼ା : ଅନୁଗୁଳ ଜିଲ୍ଲା ପାଳଲହଡା ନିର୍ବାଚନମଣ୍ଡଳୀ ପାଳଲହଡା ବ୍ଲକ ପେଚାମୁଣ୍ଡି ପଞ୍ଚାୟତ ପଡିଆ ଠାରେ ବିଜୁ ଜନତା ଦଳ ପକ୍ଷରୁ ୨୬ ତମ ପ୍ରତିଷ୍ଠା ଦିବସ ଅବସରରେ ଏକ ବିଶାଳ ମହିଳା ସମାବେଶ ଅନୁଷ୍ଠିତ ହୋଇଛି । ଏଥିରେ ଆଖ ପାଖ ଗାଁର ୧୫୦୦ ରୁ ୨୦୦୦ ମହିଳା ଯୋଗ ଦେଇଥିଲେ ।

ପେଚାମୁଣ୍ଡି ପଞ୍ଚାୟତ ସଭାପତି ତନ୍ମୟ କୁମାର ବାରିକଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ପାଳଲହଡା ବ୍ଲକ ସଭାପତି ଗଙ୍ଗାଧର ଜିତ ପରିଚାଳନା ଦାୟିତ୍ୱରେ ଥିଲେ । ମୁଖ୍ୟ ଅତିଥିଭାବେ ପାଳଲହଡା ବିଧାୟକ ମୁକେଶ ପାଲ, ସମ୍ମାନିତ ଅତିଥିଭାବେ ବ୍ଲକ ଅଧ୍ୟକ୍ଷା ରୀନାରାଣୀ ନାଏକ, ଜିଲ୍ଲା ପରିଷଦ ସଭ୍ୟା ସାବିତ୍ରୀ ମାଝୀ, କଣିହାଁ ବ୍ଲକ ସଭାପତି କୈଳାସ ଚନ୍ଦ୍ର ସାହୁ, ବ୍ଲକ ମହିଳା ସଭାପତି ସତ୍ୟଭାମା ପ୍ରଧାନ, ପେଚାମୁଣ୍ଡି ସମିତି ସଭ୍ୟ ରଞ୍ଜନ ବାରିକ ଓ ସରପଞ୍ଚ ମଞ୍ଚାସୀନ ଥିଲେ ।