କଳା ଓ ସଂସ୍କୃତି

ସାତକୋଶିଆ ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟା

By Biswaranjan Pattnaik

December 17, 2022

ଅନୁଗୁଳ: ସଭାଘର ପରିସରରେ ଆୟୋଜିତ ସାତକୋଶିଆ ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟାକୁ ଉଦଘାଟନ କରିଥିଲେ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଜଗଦୀଶ ରାୟ ଜଗନ୍ନାଥ ଓ ଓଡିଶୀ ନୃତ୍ୟ ପାଇଁ ଆମ ରାଜ୍ୟର ସାରା ବିଶ୍ୱରେ ପରିଚୟ ରହିଛି ବୋଲି ଶ୍ରୀ ରାୟ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ। ସମ୍ମାନିତ ଅତିଥି ଭାବେ ଗୁରୁ ଅନିତା ସିଂହଦେଓ,ଉପଦେଷ୍ଟା ହେମନ୍ତ କୁମାର ଦାଶ ପ୍ରମୁଖ ଯୋଗ ଦେଇଥିଲେ। ସମାରୋହରେ ସ୍ବର୍ଣ୍ଣାକି ଦାସଙ୍କୁ ନବାଗତ ପ୍ରତିଭା ସମ୍ମାନ-୨୦୨୨ ପ୍ରଦାନ କରାଯାଇଥିଲା। ଗତ ଗଣତନ୍ତ୍ର ଦିବସରେ ଦିଲ୍ଲୀ ରାଜପଥରେ ନୃତ୍ୟ ପରିବେଷଣ କରିଥିବା ଅନୁଗୁଳ ନୃତ୍ୟନିଳୟର ଛାତ୍ର ଛାତ୍ରୀଙ୍କୁ ଏ ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା।

ଶେଷରେ ଭୁବନେଶ୍ୱରର ସ୍ୱୟଂ ପ୍ରଜ୍ଞା ସାହୁ,ସ୍ୱର୍ଣ୍ଣାକି ଦାସ ଓ ନୃତ୍ୟ ନିଳୟ ର ଛାତ୍ରୀମାନେ ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ। ଗୁରୁ ସ୍ୱପ୍ନାରାଣୀ ସିହ୍ନା ଓ ଯଜ୍ଞ ରାୟ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।