ଅନୁଗୁଳ: ଅନୁଗୁଳ ସହରର ଲକ୍ଷ୍ମୀବଜାର ଅଞ୍ଚଳରୁ ଏକ ଭ୍ୟାନର ବ୍ୟାଟେରୀ ଚୋରି ଅଭିଯୋଗରେ ପୋଲିସ ୩ ଜଣ ଯୁବକଙ୍କୁ ଗିରଫକରି କୋର୍ଟ ଚାଳଶଣ କରିଛି।
ସୂଚନା ଯେ, ଲକ୍ଷ୍ମୀବଜାରର ଶୁଭମ୍ ତୁଲସିଆନଙ୍କ ଏକ ଭ୍ୟାନ(ଓଡି ୧୯ପି- ୮୦୧୪)ଟି ତାଙ୍କ ଘର ସାମ୍ନାରେ ୪ ତାରିଖ ବିଳମ୍ବିତ ରାରେ ରଖିଥିଲେ। ସକାଳୁ ଦେଖିଲାବେଳକୁ ଭ୍ୟାନର ବ୍ୟାଟେରୀ ଚୋରି ହୋଇଛି। ଏ ନେଇ ଶନିବାର ଶୂଭମ୍ ଅନୁଗୁଳ ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗପାଇ ପୋଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଏଥିରେ ସମ୍ପୃକ୍ତ ଥିବା ହୁଲୁରୁସିଂହା ଗାଁର ରାହୁଲ ମୁଖି(୨୧), ଲିଙ୍ଗରାଯୋଡ଼ି ଗାଁର ସାଗର ବେହେରା(୨୨)ଙ୍କୁ ରବିବାର ଗିରଫକରିଥିଲା। ସେମାନଙ୍କ କଥା ଅନୁସାରେ ହେମୁସୁରପଡ଼ାରେ କବାଡ଼ି ଦୋକାନ କରିଥିବା ପ୍ରଦୀପ କୁମାର ଗୁପ୍ତା(୩୩)ଙ୍କଠାରୁ ଚୋରି ବ୍ୟାଟେରୀ ଉଦ୍ଧାର କରି ଗିରଫ କରିଛି। ୩ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି।