ଅନୁଗୋଳ: ବିକ୍ରମପୁର ଥାନା ଅଞ୍ଚଳରେ ତମ୍ବା କେବୁଲ ଚୋରି ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ। ଏହି ମାମଲାରେ ପୋଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ନିକଟରୁ ପ୍ରାୟ ୧.୩୦ ଲକ୍ଷ ଟଙ୍କାର ଚୋରା ସାମଗ୍ରୀ ଜବତ କରାଯାଇଛି।
ଗିରଫ ଅଭିଯୁକ୍ତମାନେ ହେଲେ ସୁମନ୍ତ ଦଳେଇ (୨୩), ରାଜା ଜେନା (୨୧) ଓ କୁଶ ବେହେରା (୧୯)।ଏମାନେ ସମସ୍ତେ ବିକ୍ରମପୁର ଥାନା ଅନ୍ତର୍ଗତ ଭଞ୍ଜ କଲୋନି ଅଞ୍ଚଳର ବାସିନ୍ଦା ବୋଲି ଜଣାପଡ଼ିଛି।ପୋଲିସର ସୂଚନା ଅନୁଯାୟୀ, ଚଢ଼ଉ ସମୟରେ ଅଭିଯୁକ୍ତଙ୍କ ନିକଟରୁ ପ୍ରାୟ ୨୦୦ କିଲୋଗ୍ରାମ ବା ୨ କ୍ୱିଣ୍ଟାଲ ଓଜନର ୫ ବଣ୍ଡଲ ଶିଳ୍ପ ତମ୍ବା କେବୁଲ ଉଦ୍ଧାର କରାଯାଇ ଜବତ କରାଯାଇଛି। ଏହି ସାମଗ୍ରୀର ବଜାର ମୂଲ୍ୟ ପ୍ରାୟ ୧.୩୦ ଲକ୍ଷ ଟଙ୍କା ହେବ। ପୋଲିସ ପକ୍ଷରୁ ଏହି ଘଟଣାରେ ଅଧିକ ତଦନ୍ତ ଜାରି ରହିଛି।