ଘଟଣା ଓ ଦୁର୍ଘଟଣା

ଛେଳି ଚୋରି ଅଭିଯୋଗରେ ୩ ଯୁବକ ଗିରଫ

By Swagatika Samantray

August 30, 2022

ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ ସାନକଞ୍ଜଣୀ ଗାଁରୁ ଏକ ଛେଳି ଚୋରି ଅଭିଯୋଗରେ ପୁଲିସ ମଙ୍ଗଳବାର ୩ ଜଣଙ୍କୁ ଗିରଫକରିଛି।

ସୂଚନା ଯେ, ସୋମବାର ଭୋର ସମୟରେ ଗାଁର ବ୍ରାହ୍ମଣୀ ନାଏକ ନାମକ ଜଣେ ବିଧବାଙ୍କ ଘର ବାହାରୁ ତାଲା ପକାଇ ବାହାରେ ଥିବା ଛେଳି କୋଠିରୁ ଗୋଟେ ଛେଳି ଚୋରି ହୋଇଥିଲା। ତେବେ ଛେଳି ବୋବାଇବା ଶବ୍ଦ ଶୁଣି ବ୍ରାହ୍ମଣୀ ଉଠି ପାଟି କରିଥିଲେ। ତେବେ ବାହାରୁ କବାଟ ଦିଆଯାଇଥିବାରୁ ବ୍ରାହ୍ମଣୀ ବାହାରକୁ ବାହାରି ପାରିନଥିଲେ। ଏ ନେଇ ବ୍ରାହ୍ମଣୀ ଥାନାରେ ଲିଖିତ ଅଭିଯୋଗ କରିବାପରେ ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ମଙ୍ଗଳବାର ପୁଲିସ କୁମୁରୁସିଂହା ଗାଁର ସୁଦାମ ନାଏକ(୩୦), ସାନକଞ୍ଜଣୀ ଗାଁର ପ୍ରଶାନ୍ତ ନାଏକ(୨୨) ଓ ଶ୍ରୀକାନ୍ତ ନାଏକ(୨୩)ଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି।