ଘଟଣା ଓ ଦୁର୍ଘଟଣା

ମୋବାଇଲ ଚୋରି ଘଟଣାରେ ୩ ଗିରଫ

By Swagatika Samantray

May 22, 2022

ଅନୁଗୁଳ: ଅନୁଗୁଳ ସହର ହେମୁସୁରପଡ଼ାର ସର୍ବେଶ୍ବର ସହୁଙ୍କ ଘରୁ ଗତ ଏପ୍ରିଲ ୨୯ ତାରିଖରେ ୨ଟି ମୋବାଇଲ ଚୋରୀ ଘଟଣାରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି। ସୂଚନା ଅନଯାୟୀ, ଗତ ଏପ୍ରିଲ ୨୯ ତାରିଖ ଭୋର ସମୟରେ ହେମୁସୁରପଡ଼ାର ସର୍ବେଶ୍ବର ସାହୁଙ୍କ ଘରୁ ୨ଟି ମୋବାଇଲ ସ୍ମାର୍ଟ ଫୋନ ଚୋରି ହୋଇଥିଲା। ଏ ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ଅଭିଯୋଗପାଇ ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ କରୁଥିଲା। ରବିବାର ପୁଲିସ ମୋବାଇଲ ଫୋନ୍ ଚୋରି ଘଟଣାରେ ବନ୍ତଳା ଥାନା ଅନ୍ତର୍ଗତ ପୋକତୁଙ୍ଗା ଗାଁର ବିଷ୍ଣୁ ନାଏକ(୨୬), ଚୋରି ମୋବାଇଲ କିଣିବା ଅଭିଯୋଗରେ ବନ୍ତଳା ଥାନା ଅନ୍ତର୍ଗତ ଦଳବେହେରା ସାହିର ସୁଜିତ କୁମାର ନାଏକ(୨୪) ଓ ହେମୁସୁରପଡ଼ାର ରାଜେଶ କୁମାର ନାଏକ(୧୯)ଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି।