ଅନୁଗୁଳ: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ଜେଏସ୍ପିଏଲ କାରଖାନା ପରିସରରୁ ଲୁହା ଚୋରି ଅଭିଯୋଗରେ ପୁଲିସ ମଙ୍ଗଳବାର ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ଅନୁଯୟୀ, କାରଖାନା ପରିସରରୁ ଏକ ହାଇୱା (ଓଡି୩୫-୦୯୦୯)ରେ ପାଉଁଶ ବୋଝେଇ କରି ଜେଏସ୍ପିଏଲ ଆସପଣ୍ଡ ରେ ପକାଇବାବେଳେ ସେଠାରେ ଥିବା ସକ୍ୟୁରିଟି ଗାର୍ଡ ଦେଖିଲେ ଯେ, ପାଉଁଶ ସହ ଗୋଟିଏ ଲୁହା ପ୍ଲେଟ୍, ୨ଟି ଚ୍ୟାନେଲ ଓ ୫ଟି ଲୁହା ପାଇପ୍ ତଳେ ପଡ଼ିଛି । ସିକ୍ୟୁରିଟି ଗାର୍ଡ ଏ ନେଇ ହାଇୱା ଚାଳକ ଅଜୟ ସିଂହ ପଚାରିବାରୁ ସେ କାରଖାନା ଭିତରେ ଥିବା ଲୋଡ଼ର ଚାଳକ ରାଜେନ୍ଦ୍ର ସାଏ ଓ ସୁଶାନ୍ତ କଣ୍ଠ ତାଙ୍କ ହାଇଓ୍ୱାରେ ଲୋଡ କରିଥିବା ସ୍ଵିକାର କରିଥିଲେ। ଏ ନେଇ ଅଭିଯୋଗ ହେବା ପରେ ପୁଲିସ ଅଜୟ, ରାଜେନ୍ଦ୍ର ଓ ସୁଶାନ୍ତଙ୍କୁ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରିଛି ।