ଘଟଣା ଓ ଦୁର୍ଘଟଣା

ଚୋରୀ ଅଭିଯୋଗରେ ୩ ଗିରଫ

By Swagatika Samantray

May 24, 2022

ଅନୁଗୁଳ: ଅନୁଗୁଳ ସହରର ଡିଆଇସି ଛକରୁ ଘରେ ପଶି ଚୋରି କରିଥିବା ଅଭିଯୋଗରେ ପୁଲିସ ୩ ଜଣଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ସୂଚନା ଯେ, ଅନୁଗୁଳ ସହରର ଡିଆଇସି ଛକ ନିକଟରେ ରହୁଥିବା ସନ୍ଧ୍ୟାରାଣୀ ଦାଶଙ୍କ ଘର ଭାଙ୍ଗି ଗତ ୧୩ ତାରିଖରେ ସୁନା ଗହଣା ଓ ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଥିଲା। ସନ୍ଧ୍ୟାରାଣୀ ୧୪ ତାରିଖରେ ବାଣପୁର ଭଗବତୀ ପୀଠକୁ ଯାଇଥିଲେ। ସେଠାରୁ ଫେରି ଶନିବାର ଦେଖିଲା ବେଳକୁ ଘର ଓ ଆଲମାରି ଭାଙ୍ଗି ବହୁ ପରିମାଣର ସୁନା ଗହଣା ଓ ପ୍ରାୟ ୬୦ ହଜାର ଟଙ୍କା ଚୋରି ହୋଇଯାଇଥିଲା। ଏ ନେଇ ସନ୍ଧ୍ୟାରାଣୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ପୁଲିସ ଥାନା କେସ ନଂ ୨୭୨/୨୨ରେ ଦଫା ୪୫୭ ଓ ୩୮୦ରେ ମାମଲା ରୁଜୁକରି ଘଟଣାର ତଦନ୍ତ କରି ଚୋରୀ କରିଥିବା ରାଜକିଶୋରପଡ଼ାର ଦେବାଶିଷ ପ୍ରଧାନ(୩୦) ଓ ସୌମ୍ୟରଞ୍ଜନ ଓଝା(୨୩)ଙ୍କୁ ଗିରଫ କରିଥିଲା। ସୋମନଙ୍କୁ ପଚରାଉଚୁରାକରି ଚୋରୀ ସୁନା ଚେନ୍ କିଣିଥିବା ଅଭିଯୋଗରେ ବଅଁପାଳ ଥାନା ଅନ୍ତର୍ଗତ ନୂଆସାହି ଗାଁର ସଞ୍ଜୟ ସାହୁ (ଯେ,କି ଏବେ ସହରର ଅମଲାପଡ଼ାରେ ଏକ ଦୋକାନ କରିଛନ୍ତି)ଙ୍କୁ ଗିରଫକରି ମଙ୍ଗଳବାର କୋର୍ଟ ଚାଲାଣ କରିଛି। ସୋମନଙ୍କଠାରୁ ଏକ ସୁନା ଚେନ୍ ଜବତ କରାଯାଇଛି।