ମୁଖ୍ୟ ଖବର

ରାତ୍ରି ପାଟ୍ରୋଲିଂ ବେଳେ ୩ ବ୍ରାଉନସୁଗାର ବେପାରୀ ଅଟକ, ୫୦ ଗ୍ରାମ ଧଳାଜହର ଜବତ

By Angul TV Bureau

July 01, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ପୁଲିସ ରାତ୍ରି ପାଟ୍ରୋଲିଂ ବେଳେ ୩ ବ୍ରାଉନସୁଗାର ବେପାରୀଙ୍କୁ ମାଡ଼ି ବସିଛି। ସେମାନଙ୍କ ଠାରୁ ୫୦ ଗ୍ରାମ ୩୬୦ମିଲିଗ୍ରାମ ବ୍ରାଉନ ସୁଗାର ଓ ବାଇକ ଜବତ ହୋଇଛି।

ଅଟକ ୩ ଯୁବକ ହେଲେ ଅନୁଗୁଳ ଥାନା ଅନ୍ତର୍ଗତ ଶିକ୍ଷକପଡ଼ାର ସୁଜିତ ବେହେରା (୨୧), ପୁରୁଣା କୋଟ ଥାନା ଅନ୍ତର୍ଗତ ଅନ୍ତୁଳିଆ ଗ୍ରାମର ଶ୍ରୀକାନ୍ତ ଭୋଇ (୨୨) ଏବଂ ଅନୁଗୁଳ ଥାନା ଅନ୍ତର୍ଗତ ରାଜକିଶୋରପଡ଼ାର ରାକେଶ ଦେହୁରୀ (୨୧)। ସେମାନଙ୍କୁ ଅଧିକ ପଚରାଉଚରା ଜାରି ରହିଛି। ମଙ୍ଗଳବାର ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ ସୂଚନା ଦେଇଛି।