ଅନୁଗୁଳ: ଆଜି ସକାଳ ଅନୁଗୁଳ ଫରେଷ୍ଟ ଡିଭିଜନର ଜରପଡା ରେଞ୍ଜ ଓ ଆଠମଲ୍ଲିକ ଫରେଷ୍ଟ ଡିଭିଜନର ହଣ୍ଡପା ରେଞ୍ଜ ପକ୍ଷରୁ ଇଣ୍ଟର ବର୍ଡର ପାଟ୍ରୋଲିଂ ସମୟରେ ଜାମୁନାଳି ଗାଁ ଭିତରେ ଜଣେ ସନ୍ଦିଗ୍ଧ ବ୍ୟକ୍ତି ଦେଖିବାକୁ ମିଳିଥିଲେ। ଫରେଷ୍ଟ କର୍ମଚାରୀମାନେ ତାକୁ ଧରି ଯାଞ୍ଚ କରିବାରୁ ତାଙ୍କ ବ୍ୟାଗରୁ ୩ କେଜି ବାରହା ମାଂସ ଜବତ ହୋଇଥିଲା। ଅଭିଯୁକ୍ତ ଜଣକ ହଣ୍ଡପା ଜାମୁନାଳି ଗାଁର ଉମାକାନ୍ତ ସାହୁ ବୋଲି ଜଣାପଡିଛି। ତାଙ୍କୁ ଗିରଫ କରାଯାଇଛି। ତେବେ ଏହି ଚଢ଼ାଉ ଦଳରେ ରେଞ୍ଜ ଅଫିସର ମାଧବ ଚନ୍ଦ୍ର ନାଏକ, ଫରେଷ୍ଟର ବସନ୍ତ ଗଡ଼ନାୟକ, ଫରେଷ୍ଟ ଗାର୍ଡ ଲିଙ୍ଗରାଜ ମାଝୀ, ହାତୀ ସ୍କ୍ୱାଡ଼ ଓ ବିଦ୍ୟୁତ୍ ପ୍ରହରୀମାନେ ସାମିଲ ଥିଲେ।