ମୁଖ୍ୟ ଖବର

କର୍କଟ ରୋଗୀଙ୍କୁ ପ୍ରଧାନମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ୩ ଲକ୍ଷ ସହାୟତା

By Angul TV Bureau

September 12, 2026

ଅନୁଗୋଳ: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁମୋଦନ କ୍ରମେ ଅନୁଗୋଳ ଜିଲ୍ଲାର ଜଣେ କର୍କଟ ରୋଗୀଙ୍କୁ ପ୍ରଧାନମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ୩ ଲକ୍ଷ ଟଙ୍କାର ସହାୟତା ମିଳିଛି।ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ କୋଶଳା ପଞ୍ଚାୟତ ଚକ୍ରଧରପୁର ଗ୍ରାମର ରାଜକିଶୋର ପ୍ରଧାନଙ୍କ ପୁଅ ବିଶ୍ୱରଂଜନ ପ୍ରଧାନ (୨୭) ରକ୍ତ କର୍କଟ ରୋଗରେ ପୀଡିତ। ଚିକିତ୍ସା ପାଇଁ ଅର୍ଥ ବାଧକ ହେବାରୁ ପରିବାର ଲୋକେ ପଞ୍ଚାୟତ ବିଜେପି ସଭାପତି ଅଭିଷେକ ବେହେରା ଏବଂ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ତଥା ସାଂସଦ ପ୍ରତିନିଧି ବିଜୟ ମାଝୀଙ୍କୁ ଅନୁରୋଧ କରିଥିଲେ।

ଏହାପରେ ଶ୍ରୀ ମାଝୀ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଶ୍ରୀ ପ୍ରଧାନ ଅଗଷ୍ଟ ୨୮ ରେ ପ୍ରଧାନମନ୍ତ୍ରୀ ରିଲିଫ୍ ଫଣ୍ଡ ପାଇଁ ଅନୁମୋଦନ କରିଥିଲେ। ମାତ୍ର ୭ ଦିନ ମଧ୍ୟରେ ସେପ୍ଟେମ୍ବର ୩ ତାରିଖରେ ସମ୍ପୃକ୍ତ ମେଡିକାଲକୁ ୩ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି। ଏତେ କମ୍ ସମୟ ମଧ୍ୟରେ ସହାୟତା ମିଳିଥିବାରୁ ରୋଗୀଙ୍କ ପରିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା ଓ ବିଜୟ ମାଝୀଙ୍କୁ କୃତଜ୍ଞତା ଜଣାଇଛନ୍ତି।