କ୍ରୀଡ଼ା

ଭିନୁ ମଙ୍କଡ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପାଇଁ ଅନୁଗୁଳର ୩ ଖେଳାଳୀ ମନୋନୀତ

By Biswaranjan Pattnaik

October 07, 2023

ଅନୁଗୁଳ: ଆସନ୍ତା ଅକ୍ଟୋବର ୧୨ ତାରିଖରୁ ପଣ୍ଡିଚେରୀରେ ଆରମ୍ଭ ହେବାକୁ ଯାଉଥିବା ୧୯ ବର୍ଷରୁ କମ ଜାତୀୟ ଭିନୁ ମଙ୍କଡ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପାଇଁ ଅନୁଗୁଳ ଜିଲ୍ଲାର ୩ ଜଣ ଯୁବ ଖେଳାଳୀଙ୍କୁ ମନୋନୀତ କରିଛି। ମନୋନୀତ ଖେଳାଳୀ ମାନେ ହେଲେ ପାନକଲା ଶଶାଙ୍କ,ଶ୍ରେୟାଂଶ ଭରଦ୍ୱାଜ ଏବଂ ରୋହିତ କେ ପ୍ରଧାନ। ଖେଳାଳୀ ଚୟନ ନେଇ ଓସିଏର ମୁଖ୍ୟ କାର୍ଯ୍ୟନିର୍ବାହୀ ସୁବ୍ରତ କୁମାର ବେହେରା ଲିଖିତଭାବେ ଜଣାଇଛନ୍ତି। ଖେଳାଳୀ ମାନଙ୍କୁ ଅନୁଗୋଳ କ୍ରିକେଟ ଆସୋସିଏସନର ସଭାପତି ପ୍ରତାପ ଚନ୍ଦ୍ର ପ୍ରଧାନ,ଉପ ସଭାପତି ପ୍ରଭାତ କୁମାର ସିହ୍ନା ଓ ସମ୍ପାଦକ ସାଗର ନାଥ ମିଶ୍ର ଓ ଅନ୍ୟ କର୍ମକର୍ତ୍ତା ମାନେ ଶୁଭେଛା ଜଣାଇଛନ୍ତି।