ଅନ୍ୟାନ୍ୟ

ଦାଶନାଳୀରୁ ୩ ଅଜଗର ଉଦ୍ଧାର

By Biswaranjan Pattnaik

February 22, 2021

ଅନୁଗୁଳ: ତାଳଚେର ସହର ଉପକଣ୍ଠ ଦାଶନାଳୀ ଅଞ୍ଚଳରୁ ରବିବାର ୩ଟି ଅଜଗର ସାପ ଉଦ୍ଧାର କରାଯାଇଛି। ସୂଚନା ମୁତାବକ, ଦାଶନାଳୀ ଅଞ୍ଚଳରେ ଜଣେ ବ୍ୟକ୍ତି ଏକ ଅଜଗର ସାପକୁ ଦେଖିବା ପରେ ସ୍ଥାନୀୟ ଲୋକଙ୍କୁ ଜଣାଇଥିଲେ। ପରେ ଅନୁଗୁଳ ସ୍ନେକ୍ ରେସକ୍ୟୁ ଟିମ୍‌କୁ ଖବର ମିଳିଥିଲା। ରେସ୍କ୍ୟୁ ଟିମର ଅଧ୍ୟକ୍ଷ ବିଭୁତି ଭୂଷଣ ନାହାକ, ସଦସ୍ୟ ବବୁଲ ସାମଲ, ଆଫ୍ରିଜ ଖାନ୍ ଓ ଚନ୍ଦନ ସାହୁ ସେଠାରେ ପହଞ୍ଚି ଏକ ୯ ଫୁଟର ଅଜଗରକୁ ପଥର ତଳୁ ଉଦ୍ଧାର କରିଥିଲେ । ପଥର ଉଠାଇବାରୁ ସେଠାରେ ଆଉ ଦୁଇଟି ଅଜଗର ଥିବା ଜଣାପଡ଼ିଥିଲା। ଏହି ଦୁଇ ଅଜଗରର ଲମ୍ବା ୭ ଫୁଟ ଓ ୬ ଫୁଟ ବୋଲି ଜଣାପଡିଛି। ଉଦ୍ଧାର ସାପ ତାଳଚେର ଜଙ୍ଗଲ ବିଭାଗକୁ ହସ୍ତାନ୍ତର କରଯାଇଥିଲା।