ଘଟଣା ଓ ଦୁର୍ଘଟଣା

୩ ଲୁଟେରା ଗିରଫ,ଲୁଟ୍ ବୁଲେଟ୍ ଓ ମୋବାଇଲ୍ ଉଦ୍ଧାର

By Angul TV Bureau

August 22, 2021

ଅନୁଗୁଳ: ତାଳଚେର ଥାନା ଅନ୍ତର୍ଗତ ଚାଉଳିଆକୁଦା ନିକଟରୁ ତାଳଚେର ପୁଲିସ୍‌ ୩ ଜଣ ଦୁର୍ଦ୍ଧାନ୍ତ ଲୁଟେରାକୁ ଗିରଫ କରିଛି। ସୂଚନା ଯୋଗ୍ୟ,ଶୁକ୍ରବାର ସନ୍ଧ୍ୟା ୫ଟାରେ ସୁଧାଂଶୁ ଶେଖର ମାଝି ତାଳବେଡାରୁ ବାଇପାସ୍ ଆସୁଥିବା ସମୟରେ ତିନିଜଣ ଯୁବକ ତାଳଚେର କଲେଜ ନିକଟରେ ଥିବା ଏକ ସ୍ନାକ୍ସବାରରେ ଛିଡ଼ା ହୋଇଥିଲେ। ସୁଧାଂଶୁ ସେଠାରେ ପହଞ୍ଚିବା ପରେ ସେମାନଙ୍କ ମଧ୍ୟରୁ ଜଣେ ଆସି ଏକ ଫୋନ୍ କଲ କରିବା ପାଇଁ ସୁଧାଂଶୁଙ୍କୁ ତାଙ୍କ ମୋବାଇଲଟି ମାଗିଥିଲେ । ଏହି ବାହାନାରେ ସେ ତାଙ୍କ ମୋବାଇଲ ନେଇ ପଳାଇଯାଇଥିଲା। ସୁଧାଂଶୁ ତାକୁ ଗୋଡ଼ାଇଲା ବେଳକୁ ଅନ୍ୟ ଦୁଇଜଣ ଲୁଟେରା ବୁଲେଟ୍ ମଟର ସାଇକେଲକୁ ନେଇ ପଳାଇଯାଇଥିଲେ। ପରେ ସୁଧାଂଶୁ ତାଳଚେର ଥାନାରେ ଅଭିଯୋଗ କରିଥିଲେ। ତାଳଚେର ଥାନା ପୁଲିସ୍ ବିଭିନ୍ନ ସ୍ଥାନରେ ଛାନ୍‌ଭିନ କରି ଅଭିଯୁକ୍ତ ବିବେକାନନ୍ଦ ନାଏକ ଓରଫ ବବୁନ, ଚନ୍ଦନ ନାଏକ ଓରଫ ଧଣ୍ଡ, ସୁଶିଲ ନାଏକ ଓରଫ ଛାଲଙ୍କୁ ଧରିଥିଲା। ପଚରାଉଚରା କରି ସେମାନଙ୍କ ଠାରୁ ଲୁଟ୍ ବୁଲେଟ୍ ସହିତ ମୋବାଇଲ ଫୋନ୍‌ ଜବତ କରିଥିଲା। ଶନିବାର ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପୁଲିସ୍ ସୂତ୍ରରୁ ପ୍ରକାଶ |