ଅନୁଗୁଳ: ଅନୁଗୁଳରେ ବଡ଼ ବ୍ରାଉନସୁଗାର କାରବାରର ପର୍ଦ୍ଦାଫାସ କରିଛି ଅନୁଗୁଳ ପୋଲିସ। ସ୍ପେଶାଲ ସ୍କ୍ୱାଡ ଓ ଅନୁଗୁଳ ଟାଉନ ପୋଲିସ ମିଳିତ ଚଢ଼ାଉ କରି ହାତୀଶାଳପଡ଼ାର ଏକ ୪ ମହଲା ଘରୁ ୨୬ ଲକ୍ଷ ଟଙ୍କାରୁ ଅଧିକ ନଗଦ ଓ ୩୦ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି। ଏତେ ପରିମାଣର ନଗଦ ଟଙ୍କା ଗଣିବାକୁ ପୋଲିସକୁ ମେସିନ ଆଣିବାକୁ ପଡ଼ିଥିବା ସୂଚନା ମିଳିଛି।
ସୂଚନା ଅନୁସାରେ, ବାଲେଶ୍ୱର ଜିଲ୍ଲାର ଜଳେଶ୍ୱରରୁ ବ୍ରାଉନ ସୁଗାର ଆଣି ଏହି ଘରେ ପ୍ୟାକିଂ କରାଯାଇ ଅନୁଗୁଳ ସହ ଆଖପାଖ ଅଞ୍ଚଳକୁ ପଠାଯାଉଥିଲା। ଘଟଣାରେ ସକାସିଙ୍ଗାର ମାନସ ନାୟକ ଓ କୁମଣ୍ଡର ରାଜେଶ ସାହୁଙ୍କୁ ଅଟକ ରଖାଯାଇଛି। ତଦନ୍ତ ପରେ ସମ୍ପୂର୍ଣ୍ଣ ତଥ୍ୟ ପଦାକୁ ଆସିବ ବୋଲି ପୋଲିସ କହିଛି।