କ୍ରୀଡ଼ା

ତିରିଶ ତମ ଜିଲ୍ଲାସ୍ତରୀୟ ଦୌଡ଼ କୁଦ ପ୍ରତିଯୋଗିତା

By Biswaranjan Pattnaik

January 29, 2024

ଅନୁଗୁଳ: ନାଲକୋ ବିଜୁ ପଟନାୟକ ସ୍ପୋର୍ଟସ କମ୍ପ୍ଲେକ୍ସରେ ଗତ ୨୭,୨୮ ତାରିଖ ଦୁଇ ଦିନ ଧରି ଜିଲ୍ଲାସ୍ତରୀୟ ଦୌଡ଼ କୁଦ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି।ନାଲକୋ ନିର୍ବାହୀ ନିର୍ଦ୍ଦେଶକ ଅମିୟ କୁମାର୍ ସ୍ୱାଇଁ ମୁଖ୍ୟ ଅତିଥି ରୂପେ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।ସମ୍ମାନିତ ଅତିଥି ରୂପେ ଡିଜିଏମ୍ ରାଜାରାମ ମିଶ୍ର ଯୋଗଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ।ତିନି ଶହରୁ ଅଧିକ ଖେଳାଳୀ ଅଂଶ ଗ୍ରହଣ କରିଥିଲେ।

ଉଦଯାପନୀ ଦିବସରେ ସଂଘ ଉପସଭାପତି ନେତ୍ରାନନ୍ଦ ମହାକୁଡ ଯୋଗ ଦେଇ କୃତୀ ଖେଳାଳୀଙ୍କୁ ପୁରସ୍କାର ବଣ୍ଟନ କରିଥିଲେ।ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ସଂଘର ସାଧାରଣ ସମ୍ପାଦକ ଡ଼ା ଗୌର ଗୋବିନ୍ଦ ସାମନ୍ତ,ପେସ୍କାର ଗଡ଼ନାୟକ,ଆଇନଜୀବି ପ୍ରଦୀପ ଦେବତା,ପ୍ରଭାସ ଦାସ ପ୍ରମୁଖ ସମ୍ମାନିତ ଅତିଥି ରୁପେ ଯୋଗ ଦେଇଥିଲେ। ଆନ୍ତଃ ବିଶ୍ଵବିଦ୍ୟାଳୟ ପ୍ରତିଯୋଗିତାରେ ଅନୁଗୁଳର ଖେଳାଳୀ ସ୍ଵାଧୀନ କୁମାର ମାଝୀ କୃତିତ୍ୱ ପ୍ରଦର୍ଶନ କରିଥିବାରୁ ତାଙ୍କୁ ସ୍ଵତନ୍ତ୍ର ରୂପେ ସମ୍ବର୍ଧିତ କରାଯାଇଥିଲା ଆଠମଲ୍ଲିକ ଅନିଲ ବାଘ ଓ ତାଳଚେର ର ସୁମତି ନାହକଙ୍କୁ ଯଥାକ୍ରମେ ଶ୍ରେଷ୍ଠ ପୁରୁଷ ମହିଳା ଖେଳାଳି ରୂପେ ଘୋଷଣା କରାଯାଇଥିଲା।ଦଳଗତ ବିଭାଗରେ ଅନୁଗୁଳ ପ୍ରଥମ ହୋଇଥିବା ବେଳେ ତାଳଚେର ଦ୍ଵିତୀୟ ସ୍ଥାନ ଅଧିକାର କରିଥିଲା।