ଘଟଣା ଓ ଦୁର୍ଘଟଣା

୩୪ ଟି ମଦ ପାଉଚ ଜବତ, ଦୋକାନୀ ଗିରଫ

By Sanjeeb Biswal

March 04, 2023

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ବାଗେଡ଼ିଆ ଥାନା ଅନ୍ତର୍ଗତ ସାପୋଇନାଳୀ ଗାଁ ଛକରେ ଥିବା ଏକ ଦୋକାନରୁ ପୋଲିସ ୩୪ଟି ଦେଶୀ ମଦ ପାଉଚ ଜବତ କରିବା ସହ ଦୋକାନୀକୁ ଗିରଫ କରିଛି।

ସୂଚନା ମୁତାବକ, ସପୋଇନାଳି ଗାଁ ଛକରେ ଦେଶୀ ମଦ ବିକ୍ରି ହେଉଥିବା ଖବର ପାଇ ଶୁକ୍ରବାର ରାତିରେ ବାଗେଡିଆ ପୋଲିସ ଚଢ଼ଉ କରିଥିଲା। ଚଢ଼ଉ ବେଳେ ଦୋକାନୀ ଗୋଲେଖ ସାହୁ (୪୭)ଙ୍କ ଦୋକାନରୁ ୩୪ ଟି ଦେଶୀ ମଦ ପାଉଚ ଜବତ ହୋଇଛି। ପୋଲିସ ଗୋଲେଖକୁ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଛି।