ମୁଖ୍ୟ ଖବର

ସାତକୋଶିଆ ଗଣ୍ତରେ ଜନ୍ମ ନେଲେ ୩୫ଟି ଘଡ଼ିଆଳ କୁମ୍ଭୀର, ଏକ୍ସରେ ସୂଚନା ଦେଲେ ପିସିସିଏଫ ସୁଶାନ୍ତ ନନ୍ଦ

By Swagatika Samantray

May 24, 2024

ଅନୁଗୁଳ: ଅନୁଗୁଳ ଜିଲ୍ଲା ସାତକୋଶିଆ ଗଣ୍ଡରେ ୩୫ଟି ଘଡ଼ିଆଳ କୁମ୍ଭୀର ଜନ୍ମଗ୍ରହଣ କରିଛନ୍ତି। ଏ ନେଇ ଏକ୍ସରେ ଭିଡିଓ ସେୟାର କରି ସୂଚନା ଦେଇଛନ୍ତି ପିସିସିଏଫ ସୁଶାନ୍ତ ନନ୍ଦ।

ସେ ପୋଷ୍ଟ କରି ସୂଚନା ଦେଇଛନ୍ତି ଯେ ଭାରତର ଦକ୍ଷିଣାଞ୍ଚଳ ଭାବେ ମହାନଦୀ ହେଉଛି ଘଡ଼ିଆଳଙ୍କ ଶେଷ ସ୍ଥାନ। ଗତକାଲି ସକାଳ ସମୟରେ ସାତକୋଶିଆ ଗଣ୍ଡରେ ୩୫ଟି ଘଡ଼ିଆଳ ଜନ୍ମ ଗ୍ରହଣ କରିଛନ୍ତି। ୪ ଦଶନ୍ଧି ପରେ କ୍ରମାଗତ ୪ର୍ଥ ଥର ପାଇଁ ମହାନଦୀର ସାତକୋଶିଆ ଗଣ୍ଡରେ ପ୍ରାକୃତିକ ଭାବେ ଘଡ଼ିଆଳ ପ୍ରଜନନ କରିଛନ୍ତି। ଘଡ଼ିଆଳଙ୍କ ସଂଖ୍ୟା ବୃଦ୍ଧି କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ ସହ କଡ଼ା ନଜର ରଖିଛନ୍ତି। ଭାରତରେ ଦେଖାଯାଉଥିବା ତିନି ପ୍ରଜାତିର କୁମ୍ଭୀର ଯଥା: ଘଡ଼ିଆଳ, ମଗର ଓ ସଲ୍ଟୱାଟର କୁମ୍ଭୀର ରହିଛନ୍ତି।