କ୍ରୀଡ଼ା

୩୭ତମ ରାଜ୍ୟସ୍ତରୀୟ ପାଳଲହଡ଼ା ଫୁଟବଲ କପ୍ ଶୁଭାରମ୍ଭ

By Angul TV Bureau

October 08, 2025

ପାଳଲହଡ଼ା: ଅନୁଗୁଳ ଜିଲ୍ଲା ପାଳଲହଡ଼ା ଷ୍ଟାଡିୟମରେ ୩୭ତମ ରାଜ୍ୟସ୍ତରୀୟ ପାଳଲହଡ଼ା ଫୁଟବଲ କପ୍ ବୁଧବାର ଶୁଭାରମ୍ଭ ହୋଇଛି। ଉପଖଣ୍ଡ ଫୁଟବଲ ଆସୋସିଏସନ ଆନୁକୂଲ୍ୟରେ ମା’ ଲକ୍ଷ୍ମୀ ପୂଜା ସମୟରେ ରାଜ୍ୟର ୮ଟି ବଛା ଦଳ ଅଂଶଗ୍ରହଣ କରିଛନ୍ତି। ପାଳଲହଡ଼ା ବିଧାୟକ ଅଶୋକ ମହାନ୍ତି ମୁଖ୍ୟ ଅତିଥି ଭାବେ ଟୁର୍ନାମେଣ୍ଟକୁ ଉଦ୍‌ଘାଟନ କରିଥିଲେ। ଉପଖଣ୍ଡ ପୋଲିସ ଅଧିକାରୀ କୈଳାସ ସେଠୀ, ସମ୍ବଲପୁର ସାଂସଦଙ୍କ ପ୍ରତିନିଧି ଅରୁଣ କୁମାର ସାହୁ, ବରିଷ୍ଠ ନେତା ଲିଙ୍ଗରାଜ ଦାଶ, ଆସୋସିଏସନ ଅଧ୍ୟକ୍ଷ ସୁଧାଂଶୁ କପରଦାର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।

ପ୍ରଥମ ମ୍ୟାଚରେ ଝାରସୁଗୁଡ଼ା ଓ ରାଉରକେଲା ଦଳ ମଧ୍ୟରେ ଖେଳ ଅମୀମାଂସିତ ରହିବାରୁ ପେନାଲ୍ଟି ଶୁଟଆଉଟରେ ରାଉରକେଲା ଦଳ ସେମିଫାଇନାଲରେ ପ୍ରବେଶ କରିଛି। ଦ୍ୱିତୀୟ ମ୍ୟାଚ ବଲାଙ୍ଗୀର ଓ ସମ୍ବଲପୁର ମଧ୍ୟରେ ହେବ। ଆସୋସିଏସନ ସଭାପତି ନୀଳାମ୍ବର ପ୍ରଧାନ, ସମ୍ପାଦକ ଆଶିଷ ସାମଲ, କୋଷାଧ୍ୟକ୍ଷ ମନମୋହନ ଭୁକ୍ତା ପ୍ରମୁଖ ଖେଳ ପରିଚାଳନାରେ ସହଯୋଗ କରିଛନ୍ତି।