ଅନ୍ୟାନ୍ୟ

ଅନୁଗୁଳରେ ୩୮ତମ ଜାତୀୟ ଚକ୍ଷୁ ଦାନ ପକ୍ଷ

By Biswaranjan Pattnaik

August 26, 2023

ଅନୁଗୁଳ: ଆଜି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ୩୮ ତମ ଜାତୀୟ ଚକ୍ଷୁ ଦାନ ପକ୍ଷ ସମାରୋହର ଶୁଭାରମ୍ଭ ହୋଇଥିଲା। ପରିବାର କଲ୍ୟାଣ ଅଧିକାରୀ ଡ଼ା ଦିଲୀପ ପଟ୍ଟନାୟକ ଏହାକୁ ଉଦଘାଟନ କରିବା ସହ ଜାତୀୟ ଚକ୍ଷୁ ଦାନ ପକ୍ଷର ମହତ୍ତ୍ଵ ଉପରେ ଆଲୋକପାତ କରିଥିଲେ। କିଭଳି ଅବସ୍ଥାରେ ଜଣେ ଚକ୍ଷୁ ଦାନ କରିପାରିବ ଏବଂ ଛ’ ଘଣ୍ଟା ପୂର୍ବରୁ ଚକ୍ଷୁ ଦାନ କଲେ ତାହା ଦୁଇଜଣ ବ୍ୟକ୍ତିଙ୍କୁ ଦୁନିଆ ଦେଖିବାରେ ସହାୟକ ହୋଇପାରିବ। ଅତ୍ୟାଧୁନିକ ଉପାୟରେ ଏହି କାର୍ଯ୍ୟ ସମ୍ପାଦନ କରାଯାଏ।ଚକ୍ଷୁ ଦାନ ପକ୍ଷ ଅବସରରେ ବିଶେଷଜ୍ଞ ଡାକ୍ତର ପରମେଶ୍ବର ଜେନାଙ୍କ ନେତୃତ୍ୱରେ ଆଜି ଏକ ରାଲି ବାହାରି ନଗର ପରିକ୍ରମା କରିଥିଲା।ଏଥିରେ ନର୍ସିଂ ଛାତ୍ରୀ ଏବଂ ଚକ୍ଷୁ ବିଭାଗର ପାରାମେଡିକ କର୍ମଚାରୀ ମାନେ ଅଂଶ ଗ୍ରହଣ କରିଥିଲେ ।