କ୍ରୀଡ଼ା

୩ୟ ରାଜ୍ୟସ୍ତରୀୟ ଟୋଙ୍ଗ-ଇଲ-ମୁ-ଡୁ: ଅନୁଗୋଳ ଉପବିଜେତା, ହାସଲ କଲା ୩୬ ପଦକ

By Angul TV Bureau

September 21, 2026

ଅନୁଗୋଳ : କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଅନୁଷ୍ଠିତ ୩ୟ ରାଜ୍ୟସ୍ତରୀୟ ଟୋଙ୍ଗ-ଇଲ-ମୁ-ଡୁ ପ୍ରତିଯୋଗିତାରେ ଅନୁଗୋଳ ଜିଲ୍ଲା ଦମଦାର ପ୍ରଦର୍ଶନ କରି ଉପବିଜେତା ହୋଇଛି। ଗତ ସେପ୍ଟେମ୍ବର ୧୧ ରୁ ୧୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ଅନୁଗୋଳର ୩୪ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରି ୧୨ଟି ସ୍ୱର୍ଣ୍ଣ, ୧୪ଟି ରୌପ୍ୟ ଓ ୧୦ଟି କାଂସ୍ୟ ସହ ମୋଟ ୩୬ଟି ପଦକ ହାସଲ କରିଛନ୍ତି।

ଜିଲ୍ଲାର ଓଡିଏମ୍ ଇଣ୍ଟରନ୍ୟାସନାଲ ସ୍କୁଲ (ଅନୁଗୋଳ), ନବୋଦୟ ବିଦ୍ୟାଳୟ ଓ କେନ୍ଦୀୟ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏଥିରେ ଅଂଶଗ୍ରହଣ କରିଥିଲେ। ବାଳକ ବିଭାଗରେ କୋଚ୍ ଦୁଷ୍ମନ୍ତ କୁମାର ନାଥ ଏବଂ ବାଳିକା ବିଭାଗରେ କୋଚ୍ ଅଞ୍ଜଳି ନାଥଙ୍କ ନେତୃତ୍ୱରେ ଦଳ କଟକ ଅଭିମୁଖେ ଯାତ୍ରା କରିଥିଲା।

ଛାତ୍ରଛାତ୍ରୀଙ୍କ ଏହି ସଫଳତାରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ଅକ୍ଷୟ କୁମାର ସିଠ, ସଂଘର ଉପସଭାପତି ଶକ୍ତି ପ୍ରସାଦ ପଟ୍ଟନାୟକ ଏବଂ ଉପଦେଷ୍ଟା ତଥା ଆଇନଜୀବୀ ପ୍ରଦୀପ କୁମାର ଦେବତା ଅଭିନନ୍ଦନ ଜଣାଇଛନ୍ତି।