ଅନୁଗୋଳ: ୨୦୨୪ ମସିହାର ବହୁ ଚର୍ଚ୍ଚିତ ଗଣଦୁଷ୍କର୍ମ ମାମଲାରେ ଗୁରୁବାର ରାୟ ପ୍ରକାଶ ପାଇଛି। ଅନୁଗୋଳ ଫାଷ୍ଟ ଟ୍ରାକ୍ କୋର୍ଟର ବିଚାରପତି ବିରଞ୍ଚି ନାରାୟଣ ମିଶ୍ର ମାମଲାର ବିଚାର କରି ୪ ଜଣ ଅଭିଯୁକ୍ତଙ୍କୁ ୨୦ ବର୍ଷର ସଶ୍ରମ କାରାଦଣ୍ଡ ଏବଂ ୫୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି।
୨୦୨୪ ଅଗଷ୍ଟ ୬ ତାରିଖରେ ଦୁଇ ଜଣ ନାବାଳିକା ଗୋପବନ୍ଧୁ ପାର୍କ୍ ବୁଲୁଥିବାବେଳେ କିଛି ଯୁବକ ସେମାନଙ୍କୁ ଡେରଜାଙ୍ଗ ଡ୍ୟାମ ନେବା ବାହାନାରେ ଏକ ନିଛାଟିଆ ସ୍ଥାନକୁ ଅପହରଣ କରିଥିଲେ। ସେଠାରେ ସେମାନଙ୍କୁ ନିଶା ଦ୍ରବ୍ୟ ଦେଇ ଜୋରଜବରଦସ୍ତ ଦୁଷ୍କର୍ମ କରିଥିଲେ।
ପୁଲିସ ଜିତୁ ସାହୁ, ହୃଦୟ ଚନ୍ଦ୍ର ପ୍ରଧାନ, ଅସିତ କୁମାର ସାହୁ ଏବଂ ଦିବ୍ୟରଞ୍ଜନ ଅମାନ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଅନ୍ୟ ଜଣେ ଅଭିଯୁକ୍ତ ଆଦିତ୍ୟ ସାହୁ ପରେ ଆତ୍ମସମର୍ପଣ କରିଥିବାରୁ ତାର ମାମଲା ବିଚାରାଧୀନ ଅଛି। ଏହି ମାମଲାରେ ସରକାରୀ ଓକିଲ ରଞ୍ଜନ ପାତ୍ର ମକଦ୍ଦମା ପରିଚାଳନା କରୁଥିଲେ।